pakka

ୟୁପିରେ ସଡକ ଦୁର୍ଘଟଣାରେ ୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିର୍ଦ୍ଧାଥ ନଗର ଜିଲ୍ଲାର ଜାତୀୟ ରାଜପଥ ୩୮ରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ ଜିପ୍‌ ଧକ୍କା ଦେବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍‌ଟି ଏକ ବରଯାତ୍ରୀ ଦଳକୁ ନେଇ ଯାତ୍ରା କରୁଥିଲା । ପୁଲିସ ମୃତକମାନଙ୍କୁ ଚିହ୍ନଟ କରିଛି । ଦୁର୍ଘଟଣାରେ ଡ୍ରାଇଭରର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗଭୀର ଶୋକବ୍ୟକ୍ତ କରିବା ସହିତ ସେମାନଙ୍କ ପରିବାର ବର୍ଗ କୁ ସମବେଦନା ଜଣାଇଛନ୍ତି । ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ସେହିଭଳି ଆହତମାନଙ୍କୁ ୫୦ ହଜାର ଲେଖାଁଏ ଦେବାକୁ ଘୋଷଣା କରିଛନ୍ତି । ଏହି ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

twelve + six =