ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଟଗାଁଠାରେ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପୁଇଁତଲା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଯୋଶୀ ସ୍ୱାଗତ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁ ପୂର୍ବ ବୈଠକର କାର୍ଯ୍ୟକାରୀତା ଉପରେ ଆଲୋଚନା କରିଥିଲେ । ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଣ୍ଡା, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ପ୍ରଧାନ ଶିକ୍ଷକ ପବିତ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଟଗାଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.