csstore

ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏସନ୍‌ ଏଇଟ୍‌ଥ୍‌ ସାର୍‌କିଲ୍‌ର ଉପ ସଭାପତି ଭାବରେ ନିର୍ବାଚିତ ହେଲେ କମ୍ରେଡ୍ ରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖରେ ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏସନ୍‌ ଏଇଟ୍‌ଥ୍‌ ସାର୍‌କିଲ୍‌ର ତ୍ରିବାର୍ଷିକ ସମ୍ମିଳନୀ ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ସେଠାରେ କମ୍ରେଡ୍ ରୋହିତ କୁମାର ଶତପଥୀ, ଏଜିଏସ୍, ସମ୍ବଲପୁର ମଣ୍ଡଳ ଏଇଟ୍‌ ସାର୍‌କିଲ୍‌ର ଉପ ସଭାପତି ଭାବରେ ନିର୍ବାଚିତ ହୋଇ ବଲାଙ୍ଗିର ମାଟି ପାଇଁ ଗର୍ବ ଓ‍ ଗୌରବ ଆଣି ଦେଇଛନ୍ତି । ପ୍ରଥମ ଥର ପାଇଁ ବଲାଙ୍ଗିର ମାଟିର ଜଣେ କମ୍ରେଡ୍‌ଙ୍କୁ ଏଭଳି ସମ୍ମାନ ମିଳିଥିବାରୁ ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏସନ୍‌ରେ ଖୁସିର ଲହରି ଖେଳିଯାଇଛି । ଏଇଟ୍‌ଥ୍‌ ସାର୍‌କିଲ୍‌ର ତ୍ରିବାର୍ଷିକ ସମ୍ମିଳନୀରୁ ଶ୍ରୀ ଶତପଥୀ ଫେରିବା ପରେ ତାଂକୁ ରିଜିଓନାଲ୍ ସେକ୍ରେଟେରୀ ରୂପେଶ ଦଳାଇ, ଜୋନାଲ୍ ସେକ୍ରେଟେରୀ ସୂଚୀସ୍ମିତା ନାଏକ, ଗଣ୍ଡାରାମ ସାହୁ, ଆଲୋକ ରଂଜନ, ନିବୃତ ବହିଦାର, ଧୃବରାଜ ମହାଲିଂଗଙ୍କ ସହିତ ସମସ୍ତ କର୍ମଚାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.