pakka

ମହୁଲ ଫୁଲ ଗୋଟାଇବା ହେଲା କାଳ : ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା

bbehera

କାମାକ୍ଷାନଗର : ଢେଙ୍କାନାଳ କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମହୁଲ ଫୁଲ ଗୋଟାଇବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଛି । କନ୍ଧରା ପରେଷ୍ଟ ସେକ୍‌ସନ୍‌ରେ ଜଣେ ବୃଦ୍ଧାଙ୍କୁ ଦନ୍ତା ଦଳି ମାରି ଦେଇଛି । ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ବୃଦ୍ଧାଙ୍କୁ ଦନ୍ତା ଟେକି ନେଇ ଦଳି ଦେଇଥିବା କୁହାଯାଉଛି । ବୃଦ୍ଧା ଜଣକ ମହାବୀର ରୋଡ ବାମ ପଞ୍ଚାୟତ ଗୋବରୀ ଗାଁର ମୁଣ୍ଡାସାହିର । ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

jay balangir
Leave A Reply

Your email address will not be published.

12 + 8 =

error: Content is protected !!