pakka

ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ବସ୍ ଓଲଟି ୧୫ ଆହତ

bbehera

ପଦ୍ମପୁର : ଶ୍ରୀଜିଉଙ୍କ ଦଶର୍ନ ସାରି ଫେରୁଥିବାବେଳେ ଘଟିଲା ଅଘଟଣ । ବରଗଡ଼ର ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍‌ରେ ଥିବା ଯାତ୍ରୀମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ବସ୍‌ରେ ୫୦ ଯାତ୍ରୀ ଥିବା କୁହାଯାଉଛି ।

Leave A Reply

Your email address will not be published.

19 − eighteen =