ବିରଳ ଜାତୀୟ ପେଚା ଉଦ୍ଧାର : ବନବିଭାଗକୁ ହସ୍ତାନ୍ତର କଲେ ସମାଜସେବୀ ଜଗନ୍ନାଥ ବାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ ଆଜି ଜଣେ ସମାଜସେବୀ ଏକ ବିରଳ ଜାତୀୟ ପେଚାକୁ ଉଦ୍ଧାର କରି ସ୍ଥାନୀୟ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖପ୍ରାଖୋଲ ତଳିପଡ଼ା ସ୍ଥିତ ଜଗନ୍ନାଥ ବାଗଙ୍କ ବାରିପଟରେ ଗୋଟିଏ ବିରଳ ଜାତୀୟ ପେଚା ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପେଚାଟି ପାଣି ଷ୍ଟାଣ୍ଡପୋଷ୍ଟ ଉପରୁ ପଡ଼ିଜାଇ ଥିବାବେଳେ ଶ୍ରୀବାଗଙ୍କ ନଜରକୁ ଆସିଥିଲା । ପେଚାଟିକୁ ତଳୁ ଉଠାଇ ତାକୁ ଭଲ ଜାଗାରେ ରଖି ଖାଇବାକୁ ଏବଂ ପିଇବାକୁ ପାଣି ଦେଇଥିଲେ କିନ୍ତୁ ପେଚାଟି ଅସୁସ୍ଥ ଥିବାରୁ କିଛି ଖାଇ ନଥିଲା । ସଙ୍ଗେ ସଙ୍ଗେ ଖପ୍ରାଖୋଲ ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଖପ୍ରାଖୋଲ ବନବିଭାଗରୁ ଗୋଟିଏ ଟିମ୍‌ ଆସିଥିବା ବେଳେ ପକ୍ଷୀଟିକୁ ଶ୍ରୀ ବାଗ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷରୁ ଏହାର ଚିକିତ୍ସା କରି ଜଙ୍ଗଲରେ ଛାଡିଦିଆ ଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

fourteen + 2 =