pakka

ହଷ୍ଟେଲ ମରାମତି ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଡିଡି କଲେଜ ଛାତ୍ର

bbehera

କେନ୍ଦୁଝର : ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ବାଳକ ହଷ୍ଟେଲ ଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲ ମରାମତି ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର କରାଯାଉ ନଥିବା ଅଭିଯୋଗରେ ଶତାଧିକ ଛାତ୍ରମାନେ ବୁଧବାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସୂଚନାନୁଯାୟୀ, ଧରଣୀଧର ମହାବିଦ୍ୟାଳୟ ବାଳକ ହଷ୍ଟେଲରେ ଶୀତ ଦିନେ ଛାତ୍ରମାନେ କବାଟ ଝରକା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅଭିଯୋଗ କଲେ ସୁଦ୍ଧା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି । କଲେଜ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ମରାମତି ପାଇଁ ବାରମ୍ବାର ଅବଗତ କରିଥିବା ବେଳେ ମରାମତି ହୋଇନଥିବାରୁ ଶେଷରେ ଛାତ୍ରମାନେ ଧାରଣାରେ ବସିଛନ୍ତି ।

jay balangir
Leave A Reply

Your email address will not be published.

2 × 2 =