ଦିବ୍ୟାଙ୍ଗଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧଶନ) : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ରାଉରକେଲା ସ୍ଥିତ ଛେଣ୍ଡ ଠାରେ ପାଳିତ ହୋଇଯାଇଛି । ଆରଆରଆରସି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବସ ନ୍ୟାସନାଲ ଆଣ୍ଟି କରପସନ ଆଣ୍ଡ ହ୍ୟୁମାନ୍ ରାଇଟ କମିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଆଇନଜୀବୀ ସନ୍ତୋଷ ଭୂୟାଁ ଅତିଥି ରୂପେ ଯୋଗ ଦେଇ ଦିବ୍ୟାଙ୍ଗ ପିଲାମାନଙ୍କୁ ୧୦୦ଟି କମ୍ବଳ ଏବଂ ବିସ୍କୁଟ ବଣ୍ଟନ କରିଥିଲେ । ଅତିଥି ଶ୍ରୀ ଭୂୟାଁ ଏହି ଅବସରରେ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିବା ସହ ଦିବ୍ୟାଙ୍ଗଙ୍କ ମୁଖରେ ହସ ଫୁଟାଇବା ଆମର ଧ୍ୟେୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସାଧାରଣ ସମ୍ପାଦକ ଦିବାକର ମୋଦଲି, ମହିଳା ଉପସଭାପତି ସେହ୍ନା ଅଞ୍ଜଳି ଜେନା, ନଗର ସଭାପତି ସ୍ୱାଗତିକା ପଟ୍ଟନାୟକ, ସୁନ୍ଦରଗଡ ଜିଲ୍ଲାର ସଭାପତି ନିତୁ ମହାନ୍ତି, ସମ୍ପାଦିକା କଲ୍ୟାଣୀ ଦାସ, ଅନୁଗୋଳ ଜିଲ୍ଲାର ସଭାପତି ଅଞ୍ଜଳି ନାୟକ, ସଦସ୍ୟା ପ୍ରଜ୍ଞା ପାରମିତା ଦାସ, ଫିରୋଜ ଖାଁ, ସଂଘମିତ୍ରା ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

eleven + 18 =