pakka

ମାନସିକତା ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଏସଆରଡ଼ି, ବ୍ରହ୍ମପୁର ଠାରେ ଅନୁଷ୍ଠିତ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଆୟୋଜନ କାର୍ଯ୍ୟକ୍ରମ ଉପରେ ଏକ ବିଶଦ ଆଲୋଚନା ରେଲୱେ ଇନ୍ସଟିଚ୍ୟୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗଦେଇ ପ୍ରତ୍ୟେକ ମହିଳା ଅନ୍ୟକୁ ବାଛ ବିଚାର ନକରି ମାନସିକତା ସ୍ତରରେ ପରିବର୍ତ୍ତନ ହେଲେ ଲିଙ୍ଗ ଭିତ୍ତିକ ଅଧିକାର ସାବ୍ୟସ୍ତ ପାଇପାରିବେ ବୋଲି ବୁଝାଇଥିଲେ । ଲିଙ୍ଗ ଭିତ୍ତିକ ହିଂସା ସମାଜରେ ଅଧିକ ସକ୍ରିୟ ଏବଂ କ୍ଷମତାଶାଳୀ ବ୍ୟକ୍ତିମାନେ ସମାଜରେ ସାମାଜିକ ଅସମାନତା, ଲିଙ୍ଗ ଭେଦ, ନିଜ କ୍ଷମତାର ଅପବ୍ୟବହାର ଏବଂ ହିଂସା ସୃଷ୍ଟି କରି ସାମାଜିକ ପରିବେଶକୁ ଦୂଷିତ କରି ଆବାହମାନ କାଳରୁ ଲିଙ୍ଗ ଭେଦକୁ ନେଇ କୁସଂସ୍କାର ପ୍ରଥା ମାଧ୍ୟମରେ ଚାଲି ଆସିଛି ଏବଂ ମହିଳା ଓ ତୃତୀୟ ଲିଙ୍ଗୀ (କିନ୍ନର)ମାନେ ଲିଙ୍ଗ ଭିତ୍ତିକ ହିଂସାର ସମ୍ମୁଖୀନ ହୋଇଥାନ୍ତି । ଛୋଟ ଜାତି ବା ଆଦିବାସୀ ମଣିଷମାନେ ମଧ୍ୟ ଲିଙ୍ଗ ଭିତ୍ତିକ ହିଂସାର ଶିକାର ହୋଇଥାନ୍ତି । ବିଭିନ୍ନ ପ୍ରକାରର ଲିଙ୍ଗ ଭିତ୍ତିକ ହିଂସା ଦ୍ଵାରା ଶାରୀରିକ, ଯୌନ ନିର୍ଯ୍ୟାତନା, ମାନସିକ, ସାମାଜିକ, ଅର୍ଥନୈତିକ ଲିଙ୍ଗ ଭିତ୍ତିକ ହିଂସାର ଅନେକ କାରଣ ମଧ୍ୟ ରହିଛି । ଯେପରି ଦାରିଦ୍ର୍ୟତା, ନାରୀମାନଙ୍କ ଦୁର୍ବଳତା, ଦୁର୍ବଳ ମଣିଷ ଏବଂ ସେମାନଙ୍କ ମାନସିକତା, ଉଚ୍ଚ ଓ ନିଚ୍ଚର ଭେଦଭାବ ସୃଷ୍ଟି କରୁଥିବା କଥା ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସଙ୍ଗୀତା ପାତ୍ର, ମହିଳା ସୁରକ୍ଷା ଅଧିକାରୀ ବସନ୍ତ କୁମାର ଶତପଥୀ, ସିଟିଆଇ, ସୁବାସ ଚନ୍ଦ୍ର ସାହୁ, ଜିଆରପି, ପି. ହରିଶ କୁମାର, ଆରପିଏଫ, ହରିହର ପାଢୀ, ଶିଶୁ ମଙ୍ଗଳ ଅଧିକାରୀ ସଭ୍ୟ ମହେଶ୍ଵତା ପାଢୀ, ୱାନ ସ୍ଟପ ସେଣ୍ଟର ଯୋଗ ଦେଇ ମତ ପ୍ରକାଶ କରିଥିଲେ । ପୁଲିସ ୟୁନିୟନ ତରଫରୁ, ରାମ ଚନ୍ଦ୍ର ପାଣିଗ୍ରାହୀ, ଅଟୋ ୟୁନିୟନ ସଭ୍ୟ ହରିହର ବେହେରା, ସନ୍ତୋଷ କୁମାର ସାହୁ, ଶିଶୁ ସଂଘ ତରଫରୁ ଶଙ୍କର ସେଠୀ, କୁଲି ୟୁନିୟନ, ରେଳ ଷ୍ଟେସନର ସଫେଇ କର୍ମଚାରୀ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ରେଳ ଷ୍ଟେସନ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା ସଭାପତିତ୍ଵ କରି ମାନବ ଚାଲାଣ ଲିଙ୍ଗ ଭିତ୍ତିକ ହିଂସାକୁ ମୂଳଉତ୍ପାଟନ କରିବା ପାଇଁ ଆହ୍ଵାନ କରିଥିଲେ । ଆଇଏସଆରଡ଼ି ନିର୍ଦ୍ଦେଶକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସୁଧୀର ସାବତ ପ୍ରକାଶ କରିଥିଲେ ଓ କଲ୍ୟାଣ କୁମାର ସିଂ, ଗୋପାଳ କୃଷ୍ଣ ଦଳବେହେରା ଧନ୍ୟବାଦ ଦେଇଥଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଚାଇଲ୍ଡଲାଇନ, ରେଲୱେ ଚାଇଲ୍ଡଲାଇନ ଓ ୱାନ ସ୍ଟପ ସେଣ୍ଟର(ସଖୀ) ମିଳିତ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

five × one =