om academy

ଅପେକ୍ଷାର ଫଳ ମିଠା : କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିୟମିତ ଶିକ୍ଷକର ମାନ୍ୟତା

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ୨୦୧୫ ମସିହାରେ ନିଯୁକ୍ତି ପାଇଥିବା ୩୬ ଜଣ କନିଷ୍ଠ ଶିକ୍ଷକଙ୍କୁ ବୁଧବାର ଦିନ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଏନେଇ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ ପତ୍ର ପ୍ରଦାନ କରାଯଇଛି । ବିଇଓ କାର୍ଯ୍ୟାଳୟରେ ବିଇଓ ଭାଗିରଥି ବେହେରା, ଏବିଇଓ ବିଜୟ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ନିୟମିତ ପତ୍ର ଦିଆଯାଇଛି । ଏଥିପାଇଁ ଶିକ୍ଷକ ସଙ୍ଘ ପକ୍ଷରୁ ସଭାପତି ସଞ୍ଜୟ ତରାଇ, ସମ୍ପାଦକ ସିମାଞ୍ଚଳ ପାଣି, କୋଷାଧକ୍ଷ ଜିତେନ୍ଦ୍ର ନନ୍ଦ ପ୍ରମୁଖ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.