ମିଆଁମାରରେ ଅଂଶ ଗ୍ରହଣ କରିବେ ବୌଦ୍ଧର ଝିଅ ଅନୀଷା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଝିଅ ଅନୀଷା । ଆସନ୍ତା ଅପ୍ରେଲ ମାସରେ ମିଆଁମାର ଠାରେ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତା-୨୦୨୧ରେ ସେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି । ଅନୀଷା ବୌଦ୍ଧ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ କୃତିତ୍ବ ହାସଲ କରି ଅନେକ ପୁରସ୍କାରରେ ପୁରଷ୍କୃତ ହୋଇଛନ୍ତି । ଆସନ୍ତା ଅପ୍ରେଲ ମାସରେ ମିଆଁମାର ଠାରେ ଅନୁଷ୍ଠିତ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତାକୁ ବୌଦ୍ଧର ଅନୀଷା ଭାରତକୁ ପ୍ରତିନିଧିତ୍ବ କରିବା ପାଇଁ ମନୋନୀତ ହୋଇଥିବା ଖବର ପାଇବା ପରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଉକ୍ତ ପ୍ରତିଯୋଗିତାକୁ ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ଗାନାଇଜେସନ ଆୟୋଜନ କରୁଥିବା ବେଳେ ମିଆଁମାର ପର୍ଯ୍ୟଟନ ବିଭାଗ ସହାୟତା କରୁଛି । ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ବରୁ ୩୫ଟି ଦେଶର ବାଳିକା ଭାଗ ନେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ବୌଦ୍ଧ ନିବାସୀ ପ୍ରମୋଦ କୁମାର ମେହେର ଓ ସୁକାନ୍ତି ସିଂ ଙ୍କ ଝିଅ ଅଟନ୍ତି ଅନୀଷା । ତାଙ୍କର ପିଲାଟି ଦିନରୁ ନୃତ୍ୟ, ସଂଗୀତ, କଳା ଓ କରାଟେ ପ୍ରତି ରୁଚି ରହିଛି ।

Leave A Reply

Your email address will not be published.