ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ବଲପୁର ଜିଲ୍ଲା ପାଇଁ ୪୨ଟି ପ୍ରକଳ୍ପ ଅନୁମୋଦନ କରିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମ୍ବଲପୁର ଜିଲ୍ଲା ପାଇଁ ୪୨ଟି ପ୍ରକଳ୍ପ ଅନୁମୋଦନ କରିଛି । ସେଥି ମଧ୍ୟରୁ ଆଠଟି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରସ୍ତୁତ କରିବା ଓ ସମସ୍ତ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଜିଲ୍ଲାର ୯ ଟି ବ୍ଲକରେ ହେବାକୁ ଥିବା ଏହି ପ୍ରକଳ୍ପ ଭିତରେ ମୁଖ୍ୟତଃ ପୋଖରୀ ତଥା ଜଳଉତ୍ସର ପୁନରୁଦ୍ଧାର, ରାସ୍ତା, କଲ୍ୟାଣ ମଣ୍ଡପ ନିର୍ମାଣ, ନଳକୂପ ଖନନ ତଥା ଶ୍ମଶାନ ନିର୍ମାଣ ଆଦି ଅନ୍ତର୍ଭୁକ୍ତ । ଅପର ପକ୍ଷରେ ପୂର୍ବରୁ ଅନୁମୋଦନ ହୋଇଥିବା ବହୁ ପ୍ରକ‌ଳ୍ପ କାମ ଶେଷ ହୋଇ ନ ଥିବା ଏବଂ ସମ୍ପୂର୍ଣ ହୋଇଥିବା ପ୍ରକଳ୍ପର ବିନିଯୋଗ ପ୍ରମାଣ ପତ୍ର ଦିଆ ଯାଇ ନ ଥିବାରୁ ପରିଷଦ କର୍ତ୍ତୃପକ୍ଷ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.