jayashree

ବସ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ : ପୁଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ର ଗଦରଙ୍ଗିଆ ଘାଟି ଇରପିଗୁଡ଼ା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି । ମୃତକ ହେଲେ ଲେଙ୍ଗାସା ମଲିକ। ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍‌ ସମୟରେ କୋଟଗଡ଼ରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ଦୀପକ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଇରପିଗୁଡ଼ା ଛକ ନିକଟରେ ବୃଦ୍ଧ ଲେଙ୍ଗାସାଙ୍କୁ ଧକ୍କା ଦେଇଥିଲା । ବସ୍‌ ଧକ୍କାରେ ସେ ଗୁରୁତର ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କେସ୍‌ ନମ୍ବର ୨୮୦/୨୬ରେ ମାମଲା ରୁଜୁ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଘଟଣାର ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘାଟି ରାସ୍ତାରେ ଦୁର୍ଘଟଣାକୁ ନେଇ ପୁଣି ଚିନ୍ତା ବଢ଼ିଥିବା ବେଳେ ଏହି ଅଘଟଣ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି ।

Leave A Reply

Your email address will not be published.