pakka

ଶ୍ରୀରାଧାକୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଅଷ୍ଟପ୍ରହର ନାମଯଜ୍ଞ

bbehera

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ମହାବୀରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରଦ୍ଧାର ସହ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଉତ୍ସାହ ମଧ୍ୟରେ ନାମଯଜ୍ଞ ପାଇଁ କମିଟିର ସଦସ୍ୟମାନେ ସଂକଳ୍ପ ନେଇ ବୁଧବାର ଦିନ ପବିତ୍ର ପୁଷ୍କରିଣୀରୁ ଶତାଧିକ ମହିଳାମାନେ କଳସ ଯାତ୍ରାରେ ବାହାରିଥିଲେ । ପୂଣ୍ୟ କଳସ ଯଜ୍ଞ ସ୍ଥଳୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା । ନଅଟି ସଙ୍କୀର୍ତ୍ତନ ଦଳ ଗୁରୁବାର ସକାଳୁ ଅଖଣ୍ଡ ନାମ ନେଇଥିବା ବେଳେ ଶୁକ୍ରବାର ସକାଳୁ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା । ଆଚାର୍ଯ୍ୟ ଗୌତମ ଖମାରୀ ଯଜ୍ଞ କର୍ମ ସମ୍ପାଦନ କରିଥିବା ବେଳେ ମୁରାରୀଲାଲ ଅଗ୍ରୱାଲ ଓ ସହଧର୍ମିଣୀ ଅନିତା ଅଗ୍ରୱାଲ କର୍ତ୍ତା ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିବା ବେଳେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଆୟୋଜକ ମଣ୍ଡଳୀ ମଧ୍ୟରେ ସୁବାସ ଅଗ୍ରୱାଲ, ସୁନିଲ କୁମାର ମିଶ୍ର, ସୁଶିଲ ପଟ୍ଟନାୟକ, ଚିତ୍ତରଞ୍ଜନ ସିଂହ ଓ ସମସ୍ତ ମହିଳା ମଣ୍ଡଳ ପୂର୍ଣ୍ଣ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × five =