pakka

ମାନବିକତା ପକ୍ଷରୁ ଭୂମିଷ୍ଠ ପ୍ରଣାମ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମାବେଶ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ମାନବିକତା ପରିବାର ପକ୍ଷରୁ ଭଞ୍ଜଭବନ ପ୍ରେକ୍ଷାଳୟରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଅନନ୍ୟ କାର୍ଯ୍ୟକ୍ରମ ଭୂମିଷ୍ଠ ପ୍ରଣାମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦୦ରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ପୂର୍ବରୁ ବରିଷ୍ଠ ଗୁରୁଜନମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ ନିମନ୍ତେ ଆଣ୍ଠୁମାଡି ବସି ଦୁଇ ହାତକୁ ଭୂମିରେ ଲଗାଇ ମଥାକୁ ଭୂମିରେ ସ୍ପର୍ଶ କରି ପ୍ରଣାମ କରାଯାଇଛି । ଗୁରୁଜନମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନର ଏହି ମହାନ୍ ପରମ୍ପରା ଆବାହନ କାଳରୁ ଚାଲି ଆସୁଥିବା ବେଳେ ଏବେ କିଛି ମାତ୍ରାରେ ବିଲୋପ ପାଇବାକୁ ବସିଛି । ଆଜି ଭଞ୍ଜଭବନ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ତଥା ସଂଗଠନର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ଆମନ୍ତ୍ରଣ କରି ପୁଷ୍ପ ଚନ୍ଦନ ସହ ଉତ୍ତରୀୟ ଦେଇ ସମ୍ମାନ ପ୍ରଦର୍ଶନ ସହ ସସମ୍ମାନ ଆସନ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ସମ୍ବନ୍ଧରେ ଶ୍ରୀ ସେଠୀ ନିଜର ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକମାନଙ୍କର ଆର୍ଶୀବାଦ କାମନା କରିଥିଲେ । ମୁଖ୍ୟ ଅତିଥି ଭାବେ ସେବା ନିବୃତ ଓଡିଶା ପ୍ରଶାସନିକ ବରିଷ୍ଠ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ, ଇସ୍ପାତ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର କୁମାର ଦାଶ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବାବଦରେ ନିଜର ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନା କରିବା ସହ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସାଂପ୍ରତିକ ସ୍ଥିତି ଓ ଆଗାମୀ ଦିନରେ ସେମାନଙ୍କର ଭୂମିକା ବାବଦରେ ଟିପ୍ପଣୀ ଦେଇଥିଲେ । ପ୍ରଶାନ୍ତଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଯଥା ଆସ ବସ୍ତିକୁ ଯିବା, ଜନନୀ ସମ୍ପର୍କ ଅଭିଯାନ, ପଲ୍ଲୀ ଭ୍ରମଣ, ମାର୍କେଟ ପରିଦର୍ଶନ ସହ ଅଧିକାରୀଙ୍କୁ ସମସ୍ୟା ଜଣାଇ ସମାଧାନ ଆଦିର ଏକ ବୃତ୍ତଚିତ୍ର ଏଲ୍‌ଇଡି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସସ୍ମିତା ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ସଫଳ ଆୟୋଜନରେ ବାବୁ ମହାନ୍ତି, ନିଲୁ ସେଠୀ, ସରୋଜ ନାୟକ, ତନ୍ମୟ ସେଠୀ, ସୀମାଞ୍ଚଳ ଖଣ୍ଡୁଆଳ, ବିଶ୍ୱ ରଞ୍ଜନ ରାଉତ, ଜିତେନ ମାଛଖଣ୍ଡ, ରାଜେଶ ମଣ୍ଡଳ, ପ୍ରତାପ କୁମାର, ସୌମ୍ୟ ମହାନ୍ତି, ସୋନୁ ସିଂ, ଦେବ ସେଠୀ, ମୁକେଶ ସିଂ, ସୌରଭ ଜେନା, ଦେବବ୍ରତ ନାୟକ, ବିକାଶ ବେହୁରା, ସୁବାଷ କଂସାରୀ, ପ୍ରତାପ ପଟ୍ଟନାୟକ, ଲକ୍ଷ୍ମୀ ପ୍ରୀୟା ଶତପଥୀ, ଚଞ୍ଚଳା ସାମଲ, ସସ୍ମିତା ଜେନା, ରଶ୍ମିତା ବାଗ୍, ପ୍ରଭାତୀ ସ୍ୱାଇଁ ଓ ମୀନ ପଶାୟତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seventeen − 4 =