pakka

ମାନବିକତା ଭୁଲିଗଲା ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଅସହାୟ ବୃଦ୍ଧଙ୍କୁ ଚିକିତ୍ସା ସୁବିଧା ମିଳିଲା

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ସମୟରେ ସମସ୍ତେ ସମସ୍ତଙ୍କୁ କେଉଁଠି ନା କେଉଁଠି ସାହଯ୍ୟ କରୁଥିବା ବେଳେ ସ୍ଥାନୀୟ ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗ ମାନବିକତା କିଭଳି ଭୁଲିଯାଆନ୍ତି, ତାହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ତୁମୁଡିବନ୍ଧରେ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ଯେ, ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ଗ୍ରାମ ପାଖେ ଥିବା ଏକ ବ୍ରିଜ ନିକଟରେ ଏକ ଅଜଣା ବୃଦ୍ଧ ବ୍ୟକ୍ତି ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ବୃଦ୍ଧଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡିରହିଥିବା ବେଳେ ଏ ନେଇ ସ୍ଥାନୀୟ ବ୍ୟକ୍ତିମାନେ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ ପୁଲିସ ପହଂଚି ଦୁର୍ଘଟଣାଗସ୍ତ ବ୍ୟକ୍ତିକୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଛାଡ଼ି ଚାଲିଯାଇଥିଲେ । ଏତିକିରେ ପୁଲିସ ତା’ କାମ ସାରି ଦେଇଥିବା ବେଳେ ଅଜଣା ବ୍ୟକ୍ତି ହୋଇଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରର କୌଣସି ଡ଼ାକ୍ତର କିମ୍ବା କର୍ମଚାରୀ ଚିକିତ୍ସା କରିନଥିଲେ । ମେଡିକାଲ ଅଚିହ୍ନା ବୃଦ୍ଧ ଚିକିତ୍ସା ନ ପାଇ ଛଟପଟ ହେଉଥିବା ସାମ୍ବାଦିକ ସଂଘ ସଭାପତି ପବିତ୍ର ଦିଗାଲ ସୂଚନା ପାଇବା ପରେ ପ୍ରବୀଣ ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ସାମୁଏଲ୍ ନାୟକ, ଧର୍ମପଦ ନାୟକଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ପହଁଚି ହସ୍ତକ୍ଷେପ ପରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନେ ଚିକିତ୍ସା ଯୋଗାଇ ଦେଇଥିଲେ । କିନ୍ତୁ କିଛି ସମୟ ପରେ ବୃଦ୍ଧଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିବାରୁ ବୃଦ୍ଧଙ୍କ ସମ୍ପର୍କୀୟ କିଏ ନଥିବାରୁ ବୃଦ୍ଧଙ୍କୁ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ବୃଦ୍ଧଙ୍କ ପରିଚୟ ପାଇଁ ସ୍ଥାନୀୟ ସାମ୍ବାଦିକ ମାନେ ସୋସିଆଲ ମିଡିଆରେ ଫୋଟ ଭାଏରାଲ ପରେ ବୃଦ୍ଧ ଜଣକଙ୍କ ଘର ଦାରିଙ୍ଗିବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

seven + 9 =