କୁମୁଦିନୀ ମ୍ୟାଡମଙ୍କ ମମତାର ଡୋରି

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକର ଜୋନ ନଂ-୧ର ଜିଲ୍ଲାପରିଷଦ ପରିଷଦ ସଭ୍ୟା ଏକ ଭିନ୍ନଢ଼ଙ୍ଗର । କେତେବେଳେ ରାସ୍ତାକଡରେ ଥିବା ନାଳ ନର୍ଦମାକୁ ଜେସିବି ଲଗାଇ ନିଜ ଖର୍ଚ୍ଚରେ ସଫା କରାନ୍ତି ତ’ କେତେବେଳେ ଟଙ୍କା ପଇସା ଅଭାବରୁ ପାଠ ପଢ଼ିପାରୁ ନଥିବା ଅସହାୟ ପିଲାଙ୍କୁ ପ୍ରେରଣା ଦେଇ ଆଗକୁ ବଢ଼ିବାରେ ସାହାଯ୍ୟର ହାତ ବଢ଼ାନ୍ତି । ଏଭଳି ଏକ ନିଆରା କାର୍ୟ୍ୟ ଆମେ ଆଜି ଝାରବନ୍ଧରେ ଦେଖିବାକୁ ପାଇଲୁ । ଆଜି ଆମ ପ୍ରତିନିଧି ଝାରବନ୍ଧ ଗସ୍ତ ସମୟରେ ଏକ ଅଜଣା ବାଟୋଇକୁ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି କୁମୁଦିନୀ ସାହୁ ଡାକି ବସ୍ତ୍ରଦାନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ନିସହାୟ ମହିଳାର ଛୁଆମାନଙ୍କୁ ନିଜ ହାତରେ ନୂତନ ବସ୍ତ୍ର ପରିଧାନ କରାଉଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ପଚାରିବାରୁ ସେ କହନ୍ତି, ମାନବ ସେବା ମାଧବ ସେବା ସହିତ ସମାନ ଏବଂ ନିଃସହାୟମାନଙ୍କୁ ଦାନ କରିବାଟା ମୁଁ ଛାତ୍ରୀ ବୟସରୁ କରିଆସୁଛି । ଗରିବ ନିଃସହାୟ ତଥା ସର୍ବହରାମାନଙ୍କୁ ଦାନପୂର୍ଣ୍ଣ୍ୟ କରି ମୁଁ ଆତ୍ମସନ୍ତୋଷ ଲାଭ କରେ । ଲୋକଙ୍କୁ ଦାନ କରିବା ବିଜ୍ଞାପନକୁ ମୁଁ ପସନ୍ଦ କରେନି, କାରଣ ଯାହାକୁ ଦାନ କରାଯାଏ ଲୋକ ଦେଖାଣିଆ ଡିମଡିମି୍ ପିଟିବା ଠିକ କଥା ନୁହଁ ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

Leave A Reply

Your email address will not be published.