oom

ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ପକ୍କା ରାସ୍ତାର ସ୍ୱପ୍ନ ଦେଖୁଛନ୍ତି ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚିତାଖୋଲ ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ୟ ସଡକ ଯୋଜନା ସହ ବିଭିନ୍ନ ସଡକ ଯୋଜନା ମାନ ସରକାର ପ୍ରଣୟନ କରି ପ୍ରତି ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରୁଥିବାର ଡିଣ୍ତିମ ପିଟୁଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତର ଚାରପାଲିରୁ ଚିତାଖୋଲ ପର୍ୟ୍ୟନ୍ତ ପକ୍କା ରାସ୍ତା ନାହିଁ । ଏହି ରାସ୍ତାରେ ଅନେକ ଗ୍ରାମର ଲୋକମାନେ ଯାତାୟାତ କରନ୍ତି ।

ବର୍ଷା ଦିନରେ ଆମ୍ବୁଲେନସ ତଥା ଜନନୀ ମମତା ଗାଡି ଯିବା ଆସିବା କରିବାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରେ । ଯଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାକୁ ପଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍କା ରାସ୍ତା ଦେଖିବାକୁ ମିଳୁଥିବା ବେଳେ ଆଜକୁ ଦୀର୍ଘ କେତେ ବର୍ଷ ହେଲାଣି ଏହି ରାସ୍ତା ପକ୍କା ନ ହୋଇ ପ୍ରଶାସନର ଆଢ଼ୁଆଳରେ ଅଛି । ତେଣୁ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ଅନେକ ଥର ଗୁହାରୀ କଲେ ସୁଦ୍ଧା ପ୍ରଶାସନ ନୀରବ ରହୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.