oom

ପଂଚାୟତ ସମିତି ମହାବିଦ୍ୟାଳୟରେ +୨ ନାମ ଲେଖା ଆରମ୍ଭ : ମହାବିଦ୍ୟାଳୟ ପରିସର ସାନିଟାଇଜ

jsmm

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପଂଚାୟତ ସମିତି ମହାବିଦ୍ୟାଳୟରେ ଆଜି +୨ ନାମ ଲେଖା ଆରମ୍ଭ ହେବା ସହ ଆଗାମୀ ଦିନରେ +୩ ଡ଼ିଗ୍ରୀ କଲେଜର ସେମିଷ୍ଟାର ପରୀକ୍ଷାକୁ ଦୃଷ୍ଟିରେ ରଖି କୋଭିଡ-୧୯ ଗାଇଡ଼ ଲାଇନ ଅନୁସାରେ ସମସ୍ତ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି । ମହାବିଦ୍ୟାଳୟକୁ ଆସିବା ସମୟରେ ସାମାଜିକ ଦୂରତା ପାଳନ କରିବା ସହ ସମସ୍ତେ ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି । ଯୁକ୍ତ ଦୁଇ ଅଧ୍ୟାପକ ସାନନ୍ଦ କୁମାର ସାହୁ ଏବଂ ଯୁକ୍ତ ତିନି ଡ଼ିଗ୍ରୀ କଲେଜ ଅଧ୍ୟାପକ ଶ୍ୟାମ ସୁନ୍ଦର ବେହେରାଙ୍କ ତତ୍ୱାବଧାନରେ ଝାରବନ୍ଧ ଅଗ୍ନିଶମ ବିଭାଗ ଆଜି ସମସ୍ତ କ୍ଲାସରୁମ ସହ ସମଗ୍ର କଲେଜ ପରିସର ସାନିଟାଇଜ କରିଛନ୍ତି । ଅଗ୍ନିଶମ ବିଭାଗର ସତ୍ୟ ଶିବାଜୀ ସାମଲ, ବିଶ୍ଵମ୍ଭର ବିଶ୍ୱାଳ, ଅଶୋକ ଖମାରି, ପୁସ୍ତମ ପୂଜାରୀ, ଗୋବିନ୍ଦ ମିର୍ଦ୍ଧା, ଗଣେଶ ରାଉତିଆ, ଆକ୍ରିଆ ଭୂୟାଁ ସାନିଟ୍ରାଇଜ୍ କରିବା ସହ ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ କୁମାର ସାହୁ, ଚିନ୍ତାମଣି ମିଶ୍ର, ବେଣୁଧର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.