ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିଟ୍‌ନେସ୍‌ ପାଥ୍‌ର ବରିଷ୍ଠ ସଦସ୍ୟ ୯୭ ବର୍ଷୀୟ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତା ଓ ଆବାହକ ଡ଼. ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆର୍‌ଏସ୍‌ପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ବରିଷ୍ଠ ଡ଼ାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ, ସଚେତନ ନାଗରିକ ମଞ୍ଚର ସଭାପତି ବିମଳ କୁମାର ବିଶି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ସମସ୍ତଙ୍କୁ ମକର ଶୁଭେଚ୍ଛା ଜଣାଇବା ସହ ସହରକୁ ସ୍ୱଚ୍ଛତା ଓ ଏକ ସ୍ୱତନ୍ତ୍ର ପରିଚୟ ସହ ଫିଟ୍‌ନେସ୍‌ ପାଥ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ସହରକୁ ବିକଶିତ କରିବାରେ ଶ୍ରୀ ଭୌମିକଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ରାଉତ, ବିକାଶ ଚନ୍ଦ୍ର ରାଉତରାୟ, ବିଷ୍ଣୁ ବେହେରା, ଅଲେଖ ବେହେରା, କୈବଲ୍ୟ ସାହାଣୀ, ମନୋରଞ୍ଜନ ପ୍ରଧାନ, ଅବକାଶ ବେହେରା, ଅଜୟ ପୁଝାରୀ, ରାଜୁ ଯୋଶୀ, ଦୀପକ ଦାସ, ଉପେନ୍ଦ୍ର ଦାସ, ବିଦ୍ୟାଧର ଜେନା, ଅଧିର ବାରିକ, ବିକାଶ ପ୍ରଧାନ, ଜୟଶ୍ରୀ ତ୍ରିପାଠୀ, ପ୍ରଫେସର ସସ୍ମିତା ଦାଶ, ସୁରୁକୁମାରୀ ଡୋରା, ଏ. କେ. ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 − 9 =