csstore

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଆଇନ ସାକ୍ଷରତା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ୧୮ଟି ଜିଲ୍ଲା ଆଇନ ସାକ୍ଷରତା ସଂଘର ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବକ୍ତୃତା, ରଚନା, ଚିତ୍ରାଙ୍କନ ଏବଂ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ବଲାଙ୍ଗିର ବରିଷ୍ଠ ଅତିରିକ୍ତ ସିଭିଲ ଜଜ୍‌ ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରୀପାଠୀ, ବଲାଙ୍ଗିର ବରିଷ୍ଠ ସିଭିଲ ଜଜ୍‌ ଜନ୍ମେଯୟ ପଲେଇ, ବଲାଙ୍ଗିର କନିଷ୍ଠ ସିଭିଲ ଜଜ୍‌ ଶ୍ରୀମତୀ ସସ୍ମିତା ସେଠୀ, ବଲାଙ୍ଗିର ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି, ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରାଧ୍ୟାପକ ପ୍ରମୋଦ ଚନ୍ଦ୍ର ଦୋରା, ବଲାଙ୍ଗିର କଳାଧାମ ଆର୍ଟ ଇନ୍‌ଷ୍ଟିଟ୍ୟୁଟ ଅଧ୍ୟକ୍ଷ ଦିଲୀପ କୁମାର ସିଂହଦେଓ ପ୍ରମୁଖ ଏହି ମହୋତ୍ସବରେ ଭାଗ ନେଇଥିବା ବିଭିନ୍ନ ବିଭାଗର ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ବିଚାର କରି କୃତି ଛାତ୍ରଛାତ୍ରୀ ମାନଙ୍କର ତାଲିକା ପ୍ରସ୍ତୁତ କରିଥିଲେ । ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀ ବା ବିଦ୍ୟାଳୟ ମାନଙ୍କର ନାମ ଗୁଡିକ ହେଲା ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ଓମ୍‌ ଅମୃତ ମହାନ୍ତି, ଦ୍ୱୀତୀୟ ସ୍ଥାନରେ ମୋନାଲି ଗହିର, ତୃତୀୟ ସ୍ଥାନରେ ପ୍ଲାବନ ପ୍ରିୟଦର୍ଶନ, ରଚନା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ରଶ୍ମିତା ମାଝୀ, ଦ୍ୱିତୀୟ ସ୍ଥାନରେ ଅନୁରାଧା ସାହୁ, ତୃତୀୟ ସ୍ଥାନରେ ନିହାରିକା ସାହୁ, ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ପ୍ରିତିଶ ରଣା, ଦ୍ୱିତୀୟ ସ୍ଥାନରେ ଅଭିନାଶ ମିଶ୍ର, ତୃତୀୟ ସ୍ଥାନରେ ମୌସମୀ ପଟେଲ, ଅଭିନୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବୁବେଲର ନିଧି ସାଗର ବିଦ୍ୟାପୀଠ, ଦ୍ୱିତୀୟ ସ୍ଥାନରେ ବିନିକାର ଓଡିଶା ଆଦର୍ଶ ବିଦ୍ୟାଳୟ, ତୃତୀୟ ସ୍ଥାନରେ ବଲାଙ୍ଗିରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୃତିତ୍ୱ ଅର୍ଜନ କରିଥିଲେ । ପରିଶେଷରେ ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନା ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଉପସ୍ଥିତ ଥିବା ସମସ୍ତ ଦର୍ଶକ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବକୁ ବଲାଙ୍ଗିର ଜିଲ୍ଲା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.