jsm

କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

csstore

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲୱେ ଖେଳ ପଡ଼ିଆ ଠାରେ ଆସନ୍ତା ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ଆୟୋଜିତ ହେବ । ୨ୟ ବର୍ଷ କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ପାଇଁ ସୋମବାର ସକାଳ ୧୧ ଟା ସମୟରେ ରେଲୱେ ଖେଳ ପଡ଼ିଆ ଠାରେ ଆୟୋଜକ କମିଟି ପକ୍ଷରୁ ଶୁଭଖମ୍ବ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ । ପୂଜା ଅର୍ଚ୍ଚନା କରିବା ପରେ ଖମ୍ବ ସ୍ଥାପନ କରିସାରିବା ପରେ ମାଟିର ମହୋତ୍ସବର ପ୍ରଚାର ରଥକୁ ପୂଜାକରି ବାହାର କରିବା ପରେ ପ୍ରଚାର ରଥ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ ବ୍ଲକ ଭ୍ରମଣ କରିଛି । ଚଳିତ ବର୍ଷ ମାଟିର ମହୋତ୍ସବରେ ବିଭିନ୍ନ ଅଞ୍ଚଳରୁ କଳାକାର ଆସିବେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଝଲସି ଉଠିବ । ସଭାପତି ବ୍ରଜ ଶ୍ୟାମ ଗୁରୁ, ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ, ଉପସଭାପତି ସଂଜୟ ଗାନ୍ଧୀ, କୈଳାସ ଦୀପ, ନିଶିକାନ୍ତ ମାହାପତ୍ର, ତୁଲସିରାମ ଜଗତ, ସହ ସମ୍ପାଦକ ଦିନେଶ ମାହାନନ୍ଦ, ରାଜୁ ବାରିକ, ପ୍ରେମାନନ୍ଦ ପୁଟେଲ, ପ୍ରକାଶ ପ୍ରଧାନ, ବିମଳ ହାତି, ରାଜେନ୍ଦ୍ର ବେହେରା, ସଂଯୋଜକ ପୁଷ୍ପକେତୁ ବେହେରା, ପ୍ରଚାରକ ରୋହନ କୁମାର ମହତ, ସାଂସ୍କୃତିକ ସମ୍ପାଦକ ରଶ୍ମୀରଂଜନ ପୁଟେଲ, ମୋହନ ସୁନା, ସୋହନ ଗୁରୁ, ସୋନୁ ଶତପଥି, ସୋମନାଥ ସାହୁ, ଜଗନ୍ନାଥ ପାଣିଗ୍ରାହୀ, ପପୁ ଜୁଏଡ, ଅଶୋକ କୁମାର, ସେହେବାଜ ଖାଁ, ବାବୁ ସିଂ, କିଶୋର ମାଝି, ଅଜିତ କଟାର ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.