csstore

ବଙ୍ଗୋମୁଣ୍ଡାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ସତ୍ୟ ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମଠାଧିଶ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ସଭାପତିତ୍ୱରେ ଯଜ୍ଞ କାର୍ଯ୍ୟ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମହିମା ଧର୍ମ ଆଲୋଚନାଚକ୍ରରେ ଆଲୋଚକ ଅତିଥି ଗଣ ଯୋଗଦାନ ଦେଇ ମହିମା ଧର୍ମ ଓ ସନ୍ଥକବି ଭୀମ ଭୋଇଙ୍କ ଉପରେ ଆଲୋକପାତ କରିଥିଲେ । ଅତିଥି ଭାବେ ଶିଶୁ ସାହିତ୍ୟିକ ଡ଼ଃ ଯୁଗଳ କିଶୋର ଷଡ଼ଙ୍ଗୀ, ଲେଖକ ରାଜୀବଲୋଚନ ପାଢ଼ୀ, କବି ଜ୍ୟୋତିପ୍ରକାଶ ଗଡ଼ତିଆ, ଶିକ୍ଷାବିତ ଡ଼ଃ ନାରାୟଣ ମିଶ୍ର, ପଣ୍ଡିତ ହେମରାଜ ଶାସ୍ତ୍ରୀ, ବୃନ୍ଦାବନ କୁମ୍ଭାର ସଭାରେ ଯୋଗଦାନ ଦେଇ ମହିମା ଧର୍ମ ଉପରେ ଆଲୋକପାତ କରିଥିଲେ ।ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ନିଲାଞ୍ଚଳ ଥନାପତି ଅତିଥିମାନଙ୍କ ପରିଚୟ ପତ୍ର ପ୍ରଦାନ କରିଥିଲେ । ଦୟାନିଧି ପୁଟେଲ, ଭାଗିରଥି ପୁଟେଲ, ପଙ୍କଜ ମେହେରଙ୍କ ସମେତ ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ତତ୍‌ ସହିତ ଭଜନ ସମାରୋହ ସାଂସ୍କୁତିକ କାର୍ଯ୍ୟକ୍ରମ ସଞ୍ଚାର ମଧ୍ୟ ହୋଇଥିଲା । ରାତି ସାରା ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ବହୁ ଦୂର ଦୁରାନ୍ତରରୁ ଭକ୍ତଗଣ ସାଧୁ ସନ୍ଥ ବାବା ଯୋଗଦାନ କରି ଯଜ୍ଞ କାର୍ଯ୍ୟରେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.