csstore

ଫେକ୍ଟ୍ରିରେ କାମ କରିବା ବେଳେ କଟିଗଲା ମହିଳା ଶ୍ରମିକଙ୍କ ହାତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଥାନା ଉର୍ବେଙ୍ଗି ଗାଁ ନିକଟସ୍ଥ ଇଟାଭାଟିରେ କାମ କରୁଥିବା ସମୟରେ ଜଣେ ମହିଳାଙ୍କ ହାତ କଟିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ା ହାଡ଼ ଥାନା ଉର୍ବେଙ୍ଗି ଗାଁ ନିକଟସ୍ଥ ଇଟା ଫେକ୍ଟ୍ରିରେ କାମ କରୁଥିବା ସମୟରେ ଅସାବଧାନତା ବଶତଃ ଜଣେ ମହିଳା ଶ୍ରମିକଙ୍କ ହାତ କଟି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମହିଳା ଶ୍ରମିକ ଜଣକ ଉର୍ବେଙ୍ଗି ଗାଁର ସୁରୁବାଲି ବାନସିଂହ ବୋଲି ଜଣାପଡ଼ିଛି ।

jayashree
Leave A Reply

Your email address will not be published.