csstore

ମହିଳା ଶକ୍ତି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ମହିଳା ଶକ୍ତି ଦେଓଗାଁ ଶାଖା ପକ୍ଷରୁ ଦେଓଗାଁ ବ୍ଳକର ବ୍ରାହ୍ମଣୀଜୋର ପଞ୍ଚାୟତର ବ୍ରାହ୍ମଣୀଜୋର, ସିଆଲଜୋର, ଫପସି, ସନ୍ଧିଜୋର ଗାଁର ବିଧବା, ବିକଲାଙ୍ଗ, ପକ୍ଷଘାତ, କ୍ୟାସରରୋଗୀ ସହ କରୋନା ସଂକ୍ରମିତଙ୍କୁ ବୁଧବାର ରାସନ ସାମଗ୍ରୀ ସହ ମାକ୍ସ, ସାବୁନ ବାଣ୍ଟିବା ସହ କରୋନା ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ଗୁରନିଧୀ ପଧାନ, କିଶୋର ବାରିକ, ପ୍ରସନ୍ନ ପୋଢ଼, ସୁକାନ୍ତ ସାଗର, ମନୋଜ ପଟେଲ, ସ୍ନିଗ୍ଧାୟୀ ରଥ, ଜାନକୀ ମେହେର, ଜାୟିମତୀ ନାଗ, ଶେଷଦିନୀ ରାଉତ, ଜୟନ୍ତୀ ବାରିକ, ସଙ୍ଗିତା ସାଏ, ସୁରୁବାଳୀ ସାହୁ, ସୁମତୀ ଗଡ଼ତ୍ୟା, କାଜଲ ରଣା ସହ ପୁଇଁନ୍ତଲା, ସଇଁନ୍ତଲା ବ୍ଲକର ଅଦ୍ୟକ୍ଷ ବାଳଗୋପାଳ ସାହୁ, ପିତାମ୍ବର ପଧାନ, ବଲାଙ୍ଗିର ବ୍ଳକ ମହାସଚିବ ନେପାଳ ପଧାନ, ପାଟଣାଗଡ଼ ବ୍ଳକ ମହାସଚିବ ବନମାଳୀ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.