pakka

ପାଉଣା ମାଗିବାରୁ ମହିଳା ଶ୍ରମିକଙ୍କୁ ଆନନ୍ଦନଗର ଠାରେ ପେଟ୍ରୋଲ୍‌ ଢାଳି ଜାଳିଦେଲା ରୋଷେୟା : ମହିଳା ଗୁରୁତର, ବୁର୍ଲା ରେଫର୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦନଗର ଠାରେ ଆଜି ସଂଧ୍ୟା ସମୟରେ ପାଉଣା ମାଗିବାରୁ ଜଣେ ମହିଳା ଶ୍ରମିକଙ୍କୁ ପେଟ୍ରୋଲ୍‌ ଢାଳି ଜଣେ ରୋଷେୟା ଜାଳି ଦେଇଥିବା ଜଣାପଡ଼ିଛି । ଏବେ ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ବୁର୍ଲା ରେଫର୍‌ କରାଯାଇଥିବା ସୂଚନାରେ କୁହାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆ ଆନନ୍ଦନଗରଠାରେ ନିଜ ଦୁଇ ସନ୍ତାନଙ୍କୁ ନେଇ ରହୁଥିବା ବେଳେ ନିକଟସ୍ଥ ଧମଣାସର ଗାଁର ରୋଷେୟା ମାନସ ମିଶ୍ର ସହ ବିଭିନ୍ନ ଭୋଜିରେ ରୋଷେଇ କାମ କରି ଆସୁଥିଲେ । ତେବେ ଆଜି କୌଣସି ଏକ ଭୋଜି ପାଇଁ ରୋଷେୟା ମାନସ ମିଶ୍ର ସହ ମନ୍ଦାର ଧରୁଆ ରୋଷେଇ କରିବାକୁ ଯାଇ ଫେରିବା ସମୟରେ ପାଉଣା ମାଗିବାରୁ ତାଙ୍କ ଘର ସାମ୍ନାରେ ତାଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିବା କୁହାଯାଇଛି । ସ୍ଥାନୀୟ ଲୋକେ ମନ୍ଦାରଙ୍କୁ ଉଦ୍ଧାର କରି ତୁରନ୍ତ ଭୀମ ଭୋଇ ମେଡ଼ିକାଲ୍‌ ହସ୍‌ପିଟାଲ୍‌କୁ ଆଣି ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ରେଫର୍‌ କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

twenty − twenty =