କଣ୍ଟାବାଞ୍ଜି ତାଲୁକ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ତାଲୁକ ଲିଗାଲ୍ ସର୍ଭିସ୍ କମିଟି ତରଫରୁ ଆଜି ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନ୍ୟାୟଧ୍ୟକ୍ଷା ଶ୍ରୀମତୀ ସ୍ୱସ୍ତି ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସବ୍ ନ୍ୟାୟଧିଶ ହରିପୋଡ ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନାରୀମାନଙ୍କ ମହାନତା, ନାରୀମାନଙ୍କ ହକ୍ ଓ ନ୍ୟାୟ ଏବଂ ନାରୀମାନଙ୍କୁ ସମଦୃଷ୍ଟିରେ ସମ୍ମାନିତ କରାଯିବା, ଯେକୌଣସି ପ୍ରକାର ଜମି, କଳି ଗଣ୍ଡଗୋଳ ହେଲେ ତାଙ୍କୁ ଆଇନ୍ ଅନୁଯାୟୀ ସରକାରୀ ଓକିଲ ଯୋଗାଇ ଦିଆଯିବାର ସୁବିଧା ବିଷୟ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ସରକାରୀ କର୍ମଚାରୀ ବୃନ୍ଦ, ପୋଲିସ, ଅଞ୍ଚଳର ମହିଳା ବୃନ୍ଦ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 12 =