csstore

ଉତ୍କଳ କଳାକାର ଏକାଡେମୀ ତରଫରୁ, ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ଶୋକସଭା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ତରଫରୁ ଜୀହୁବା ଗୃପ୍ ପ୍ଲଟ ନମ୍ଵର -୪୬୦ ଶହୀଦ ନଗର ଠାରେ ବରିଷ୍ଠ ଚଳଚିତ୍ର ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଶୋକସଭା ପାଳନ କରାଯାଇଥିଲା । ଉକ୍ତ ଶୋକସଭାରେ ନୃସିଂହ ନାଥ ନନ୍ଦ, ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ, କନଭେନର କୁସୁମ ମଞରୀ ଦାସ, କୋଷାଧ୍ୟକ୍ଷ ମୀରା ରାଣୀ ଦାସ, ଆସୋସିଏଟ କଲଚୁରାଲ ସେକ୍ରେଟାରୀ ନିର୍ଲିପ୍ତା ରାଉତ, ଆସୋସିଏଟ କଲଚୁରାଲ ସେକ୍ରେଟାରୀ ସଵିତା ଚମ୍ପତି, କୋ କନଭେନର ପ୍ରମୋଦ କୁମାର ବେହେରା, ଅରଗାନାଇଜିଂ ସେକ୍ରେଟାରୀ ବିକାଶ ଚନ୍ଦ୍ର ମଲ୍ଲିକ, ଉପ ସଭାପତି ମମତା ନାୟକ ଏବଂ ଉପସଭାପତି ପ୍ରଫେସର ଅଟଳ ଵିହାରୀ ନାୟକ ଶୋକସଭାରେ ଉପସ୍ଥିତ ଥିଲେ ଓ ଅନୁଷ୍ଠାନରେ ଉପସ୍ଥିତ ଥିବା କର୍ମ କର୍ତ୍ତା ମାନଙ୍କ ସମ୍ମୁଖରେ ଅଭିନେତ୍ରୀ, ପ୍ରଯୋଜିକା ଓ ଲେଖିକା ସୁଜାତା ମିଶ୍ରଙ୍କୁ ଉତ୍କଳ କଳାକାର ଏକାଡେମୀର ନୂତନ ରାଜ୍ୟ ସଭାପତି ରୂପେ ସୁଜାତା ମିଶ୍ର ଙ୍କୁ ଚୟନ କରାଗଲା । ଆଶାକରୁ ଆପଣ ମାନଙ୍କ ସହମତି ଅନୁଷ୍ଠାନ ପାଇଁ ଏକାନ୍ତ କାମ୍ୟ ।

jayashree
Leave A Reply

Your email address will not be published.