csstore

ଭକ୍ତ ଦାସିଆ ପୀଠରେ ମା’ ମହାଲକ୍ଷ୍ମୀ ପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ନିକଟସ୍ଥ ବାଲିଗାଁ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ୱ ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ଏକ ଦିବସୀୟ ଯଜ୍ଞ ଉତ୍ସବ ମହାସମାରୋହରେ ଭକ୍ତ ଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ପୀଠସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ତଥା ସମସ୍ତ ପାର୍ଶ୍ୱ ମନ୍ଦିରର ଦୈନନ୍ଦିନ ନୀତିକ୍ରାନ୍ତି ସହିତ ମହାଲକ୍ଷ୍ମୀଙ୍କ ମନ୍ଦିରରେ ସୂତନ୍ତ ପୂଜା ନୀତିର ଆୟୋଜନ ସହିତ ମା’ ମହାଲକ୍ଷ୍ମୀଙ୍କ ନୂତନ ବସ୍ତ୍ର ପରିଧାନ, ବିଭିନ୍ନ ସୂଜାତୀୟ ପୁଷ୍ପ ସଜ୍ଜା, ଅଖଣ୍ଡ ନାମ ସଂକୀର୍ତ୍ତନ ମଧ୍ୟରେ ଯଜ୍ଞ କାର୍ଯ୍ୟରେ ମୁଖ୍ୟ କର୍ତ୍ତା ଓ କର୍ତ୍ତୀ ଭାବେ ସ୍ୱରୂପ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ତୃପ୍ତିମୟୀ ସାହୁ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା ଓ ସହାୟକ ପୂଜକ ପସନ୍ନ କୁମାର ପଣ୍ଡା ବୈଦିକ ରୀତିରେ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ପୁଷ୍ପାଞ୍ଜଳୀରେ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଶଣ କରାଯାଇଥିଲା । ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ରଥଯାତ୍ରା ଦେଖାଇଥିବା ଗୋଠଗଡ଼ିଆ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିଖିତ ହୋଇଥିଲା । ଅନୁଷ୍ଠାନର ଉପ ସଭାପତି ଡାକ୍ତର ନରେନ୍ଦ୍ରନାଥ ସାହୁ , ସାଧାରଣ ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ, ଅଜୟ ଦାସ, ସଦାଶିବ ସ୍ୱାଇଁ, ଦାସ ସଂପ୍ରଦାୟର ସଂପାଦକ ସୁଦର୍ଶନ ଦାସ, ଜୟକୃଷ୍ଣ ରାଉତ, ଗିରିଧାରୀ ପଲାଇ, ଲକ୍ଷ୍ମୀଧର ଲେଙ୍କା, ପ୍ରଫୁଲ ବିଶ୍ୱାଳ, ସାଗର ବଳ, କୃଷ୍ଣଚନ୍ଦ୍ର ରାଉତ, କବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିବା ସହ ସର୍ବଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଥିଲେ ।

jayashree
Leave A Reply

Your email address will not be published.