oom

ଓଡ଼ିଶା ସ୍ଵର୍ଣ୍ଣ ପଦକ ବିଜୟୀ ଦଳରେ ଡଙ୍ଗରପଡ଼ା ଗ୍ରାମର ଝିଅ ବାସନ୍ତୀ ନାଗଙ୍କ ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ, ବିଭିନ୍ନ ମହଲରୁ ଶୁଭେଚ୍ଛା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡିଶା ବାଳିକା ଦଳ ସ୍ୱର୍ଣ୍ଣ ପଦକ ଓ ବାଳକ ଦଳ ରୌପ୍ୟ ପଦକ ଜିତି ସନ୍ତୁଷ୍ଟ ହୋଇଥିଲା । ଏହି ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ବିହାରଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡ଼ାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଦିନ ମଜୁରିଆ ଅଙ୍ଗଦ ନାଗଙ୍କ ଝିଅ ବାସନ୍ତୀ ନାଗ ଅଂଶଗ୍ରହଣ କରିଥିଲେ । ବାସନ୍ତୀ ତାଙ୍କର ପ୍ରତିଭା ଓ ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ମୁରିବାହାଲ ବ୍ଲକ ଅଞ୍ଚଳବାସୀଙ୍କ ହୃଦୟରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କୁ ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.