ଶିଶୁ ମହୋତ୍ସବ ମହକ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଠାରେ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ଅନ୍ତେବାସୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା, ଭା.ପ୍ର.ସେ, ବଲାଙ୍ଗିର ଶିଶୁ ମହୋତ୍ସବ ମହକ ୨୦୨୨ ଉଦ୍‌ଘାଟିତ କରି ଶିଶୁମାନଙ୍କର ଅର୍ନ୍ତନିହିତ ପ୍ରତିଭାର ବିକାଶ ଓ ଆନନ୍ଦମୟ ସୁରକ୍ଷିତ ଶୈଶବ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଚିତ୍ରାଙ୍କନ, ତର୍କ, ଗୀତ, ଗ୍ରୁପ ଡ୍ୟାସ, କୁଇଜ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଯୋଗେଶ୍ୱର ମହାନ୍ତି, ଅଧ୍ୟକ୍ଷ , ଶିଶୁ ମଙ୍ଗଳ କମିଟି, ଡ. ଗୋଦାବରୀଶ ରଥ, ନନ୍ଦି କିଶୋର ଷାଣ୍ଢ, ବିରଞ୍ଚି ବହିଦାର ଶିଶୁ ମଙ୍ଗଳ ସମିତି ବଲାଙ୍ଗିର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଲକ୍ଷ୍ମୀ ସିଂହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବଲାଙ୍ଗିର ସମସ୍ତ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ଚୁଡାମଣି ପଣ୍ଡା, ସୁରକ୍ଷା ଅଧିକାରୀ ମଂଚ ପରିଚାଳନା ସୁଧାଂଶୁ ଶେଖର କୁମ୍ଭାର, ସୁରକ୍ଷା ଅଧିକାରୀ ପ୍ରତିଯୋଗିତା ତଦାରଖ କରିଥିଲେ । ଶିଶୁ ମହୋତ୍ସବର ବିଚାରକ ଭାବେ ବ୍ରହ୍ମାନନ୍ଦ ବନଛୋର, ଦିଲିପ କୁମାର ସିଂଦେଓ, ବାସୁଦେବ ମେହେର ଉପସ୍ଥିତ ଥିଲେ । ଅରୁଣ କୁମାର ଖୁଆସ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

eight + 8 =