csstore

ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ମହୋତ୍ସବ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁରରେ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ ମହୋତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ବିଶ୍ୱ ଶାନ୍ତି ନିମିତ୍ତ ପଶ୍ଚିମାଭିମୁଖ ମହାଶମ୍ଭୁ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସପ୍ତ ଦିବସ ବ୍ୟାପୀ ଏହି ମହୋତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି । ଅଗ୍ନି ଭୟ, ବଜ୍ର ଭୟ, ଅନାବୃଷ୍ଟି ଅତିବୃଷ୍ଟି, ରୋଗଭୟ, ବହୁ ଧନଜୀବନ ନଷ୍ଟ, ଅରାଜକତା, ଅଶାନ୍ତି, ଗୋସଂପଦ ନଷ୍ଟ, ଯୁଦ୍ଧ, ଦଙ୍ଗା, ସୁନାମି, ଭୂକମ୍ପ, ଘୂର୍ଣ୍ଣିବାତ୍ୟା, କରୋନା ଆଦି ପ୍ରାକୃତିକ ବପର୍ଯ୍ୟୟରୁ ବିଶ୍ୱକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମହୋତ୍ସବ ପାଇଁ ଗତ ୩୧ ତାରିଖ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି ।

jayashree
Leave A Reply

Your email address will not be published.