csstore

ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମହାଗୌରୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତିର ପ୍ରତୀକ ମହାଗୌରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରାଙ୍କ ସହିତ ଆଜି ଦିନର କର୍ତ୍ତା ଭାବରେ ରଜନୀ କାନ୍ତ ଦାଶ ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡାଙ୍କ ଦୁର୍ଗା ସ୍ତୁତି ସହିତ ଘଣ୍ଟଶଙ୍ଖ ବାଦ୍ୟରେ ପାର୍ଶ୍ୱ ଦେବତାଙ୍କୁ ଆବାହନ ସହ ଶୋଡଶ ପୂଜା ଉପଚାରରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ବନଦୁର୍ଗା ମନ୍ଦିର ପୂଜାରୀ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼ଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରା, ସୁଶାନ୍ତ ପଧାନ ପୂଜାକାର୍ଯ୍ୟକୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.