csstore

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜୀବ ଵିଜ୍ଞାନ ଵିଭାଗ ଏବଂ ଆଇ.କ୍ୟୁ.ଏ.ସି ର ମିଳିତ ସହଯୋଗରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଆୟୋଜିତ ହୋଇଯାଇଛି । ସବୁଜ ବିକ୍ଳପ ତଥା ଜୈବିକ ସହନଶୀଳତା “ଶୀର୍ଷକ ଆଲୋଚନାଚକ୍ରକୁ ବହୁ ଗଣ୍ୟମାନ୍ୟ ଅତିଥିଗଣ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜୀବନ ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ. ଦେବାଶିଷ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ, ସାଂପ୍ରତିକ ସମୟରେ ସବୁଜ ବିକ୍ଳପର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ତଟରକ୍ଷା ଗବେଷଣାର ବୈଜ୍ଞାନିକ ଡଃ. ପ୍ରଭାକର ମିଶ୍ର ବିଜ୍ଞାନ ପଧ୍ୟତି ମଧ୍ୟରେ ପ୍ରକୁତିକୁ ବିଶ୍ଲେଷଣ କରି ମାନବ ସମାଜକୁ ସୁରକ୍ଷିତ କରିବାର ପ୍ରବଣତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ପ୍ରଫେସର ଶରତ କୁମାର ପାଲିତା ପରିବେଶ ସଂପର୍କରେ ଆଲୋଚନା କରିବା ସହ ମିଳିତ ଜାତିସଂଘର ୧୭ ଟି ସ୍ଥାୟୀ ଲକ୍ଷ ସଂପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ ।ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରେ ଡ଼ଃ. ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ସବୁଜ ବିକ୍ଳପର ବିଭିନ୍ନ ମାଧ୍ୟମ ସଂପର୍କରେ ଆଲୋକପାତ କରିଥିଲେ । ଡ଼ଃ. ପିଙ୍କିରାଣୀ ଦେଇ ଆନ୍ତର୍ଜାତୀୟ ସମ୍ମିଳନୀର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ସମ୍ମିଳନୀର ସଂପାଦକ ଡ଼ଃ. ମାନସ କୁମାର ତ୍ରିପାଠୀ ଅନୁଷ୍ଠାନିକ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ସଂପାଦକ ଡ. ସୁଚିସ୍ମିତା ବେହେରା ସମ୍ମିଳନୀ ସଂପର୍କରେ ଵକ୍ତବ୍ୟ ପ୍ରଦାନ କରିଥିବା ବେଳେ ଆବାହିକା ଡ଼ଃ. ଡାଏନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.