csstore

ଇନ୍ଦିରା ନଗର ମଧ୍ୟରେ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀ ନଗର ପକ୍ଷରୁ ଇନ୍ଦିରା ନଗର ଠାରେ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସର୍ବମୋଟ ୧୫୫ରୁ ଅଧିକ ବିଭିନ୍ନ ବର୍ଗର ରୋଗୀ ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ଓରାଲ କେନସର, ଥାଇରଡ଼ ଜନିତ ରୋଗର ଚିକିତ୍ସା ଓ ପରାମର୍ଶ ଇତ୍ୟାଦିର ସୁବିଧା ପାଇପାରିଥିଲେ । ରୋଗୀ ମାନେ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ଶିବିର କ୍ରମାଗତ କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବଲାଙ୍ଗିର ଜିଲ୍ଲା ମୁଖ୍ୟକୁ ଅନୁରୋଧ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାୟିତ୍ୱରେ ଥିବା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦିବ୍ୟକିଶୋର ପତିଙ୍କ ପରାମର୍ଶ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଦଶକ ଓ ଚେୟାରମ୍ୟାନ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ସମାଜ ସେବୀ ସଞ୍ଜୟ ଶେଖର ଦେଓ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା. ସତ୍ୟ ନାରାୟଣ ସାହୁ, ଡ଼ା. ଅଙ୍କିତ ପଣ୍ଡା, ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ବୋଲି ବର୍ଣନା କରିଥିବା ବେଳେ, ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବିଷୟ ବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ । ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପୌରପାଳିକା ଉପ ଅଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଯୋଗଦାନ ଓ ପରିଦର୍ଶନ କରିଥିଲେ ଏହି ସ୍ୱାସ୍ଥ୍ୟ ଶିବିରରେ ଫିଜିଓଥରାପିଷ୍ଟ ଇପ୍ସିତା ମହାନ୍ତି, ନିଉଟ୍ରିସନାଲିଷ୍ଟ ନମ୍ରତା ମିଶ୍ର, ଖୁସିରାମ ସୁନା , ରୋନି ବଗର୍ତି, ସୋନାଲି କୁମାର, ମୋନିକା ନନ୍ଦ, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ବିହାରି ପଟେଲ, ଦୀପାଞ୍ଜଳି ଖମାରି ଆଶା ଦିଦି, ମଣିଭଦ୍ର ବେହେରା ଓ ସମସ୍ତ ସଭ୍ୟ,ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରାଇଥିବା ବେଳେ ସାମାଜିକ ସଭ୍ୟଗଣ ଓ ଅନ୍ୟ ସ୍ଥାନୀୟ ଯୁବକ ସଂଘ ସଭ୍ୟ,ସଭ୍ୟା ଗଣ ରାଧେଶ୍ୟାମ ବିଶି, ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଇତ୍ୟାଦି ଏହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.