csstore

ବଲାଙ୍ଗିର ପୋଲିସ ହାତରେ ପୁଣି କଫ ସିରଫ ସହ କଫ ସିରଫ ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ବିଷ୍ଣୁମୁଣ୍ଡା କଦମ ପଡ଼ା ରାସ୍ତାରେ ଚାଲାଣ ହେଉଥିଲା କଫ ସିରଫ । ପୂର୍ବ ଯୋଜନା ମୁତାବକ ବଲାଙ୍ଗିର ଟାଉନ ଥାନା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରିଥିଲା । ପୋଲିସର ଚଢାଉର ଖବର ପାଇ ଘଟଣା ସ୍ଥଳରେ ଥିବା ଦୁଇ ଜଣ କଫ ସିରଫ ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଚମ୍ପଟ ମାରିଥିଲା । ଯାହା ଫଳରେ ପୋଲିସ ଜଣେ କଫ ସିରଫ ଚାଲାଣକାରୀକୁ ଗିରଫ କରିବା ସହ ଘଟଣା ସ୍ଥଳରୁ ୨୦୦ ବୋତଲ କଫ ସିରଫ ଜବତ କରିବାରେ ସଫଳ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୬୦୦୦୦ରୁ ୭୦୦୦୦ ବୋଲି ଜଣାପଡିଛି । ଗିରଫ ଚାଲାଣକାରୀ ଜଣକ ସହରର ଗେଟ୍‌ସରବରପଡ଼ାର ସୁନିଲ ବଚ୍ଛା (୧୮) ବୋଲି ବୋଲି ପକ୍ଷରୁ ଜଣାପଡ଼ିଛି । ଉକ୍ତ ଘଟଣାକୁ ନେଇ ଟାଉନ ଥାନାରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସଦର ଏସଡିପିଓ ସରୋଜ ଉପାଧ୍ୟାୟଙ୍କ ସହ ଆଇଆଇସି ଅବନୀ ସାହୁ ଉପସ୍ଥିତ ଥିଲେ । ଅନ୍ୟପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି, ଘଟଣାରେ ସଂପୃକ୍ତ ତଥା ଫେରାର ହୋଇଥିବା ଆଉ ଜଣେ କଫ ସିରଫ ଚାଲାଣକାରୀକୂ ପୋଲିସ ଯଥା ଶୀଘ୍ର ଧରିବା ସହ କେଉଁ ଜାଗାରୁ କେଉଁ ଜାଗାକୁ କଫ ସିରଫ ଚାଲାଣ ହଉଥିଲା, ସେ ବିଷୟରେ ବି ପୋଲିସ ତଦନ୍ତ କରିବ ବୋଲି ଏସଡିପିଓ ଶ୍ରୀ ଉପାଧ୍ୟାୟ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.