csstore

ବଙ୍ଗୋମୁଣ୍ଡାରେ ନୂଆଖାଇ ଭେଟ ଘାଟରେ ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ପ୍ରତୀକ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସିନ୍ଧେକେଲା ସମିତି ସଭ୍ୟ ତଥା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଭୋଲାନାଥ ବେହେରା, ସମ୍ମାନିତ ଅତିଥି ବିଦ୍ୟା ଜୈନ, ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ଼, କଣ୍ଟାବାଞ୍ଜି ଶ୍ରୀରାମ ସେନା ସଭାପତି ପପୁ ଜୁଏଡ଼, କାହ୍ନା ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ।ଆରାଧ୍ୟ ଦେବୀ ମାଁ ଦ୍ୱାରସେହ୍ନିଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ ପରେ ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥି ଗଣ ନୂଆଁଖାଇ ପର୍ବର ପରମ୍ପରା, ମହାନତା ଏବଂ ଏକତା ଓ ଭାଇଚାରାର ମହାନ ପର୍ବ ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ଗଣ ଏବଂ ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ସୁଶୀଲ ପୋଢ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଲୋଇସିଂହାର ସଙ୍ଗୀତ ସାଧନାର ଶଙ୍କର ବେହେରା ଓ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.