ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମଠାରେ ଡୁମାଲ ସମାଜର ସଦସ୍ୟ/ସଦସ୍ୟା ବାରପୁଡୁଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କର୍ଲାପିଟା, ବରପିଟା ଓ କେରମେଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଜିଲ୍ଲା ପ୍ରତିନିଧିଙ୍କ ଉପସ୍ଥିତିରେ ନିର୍ବାଚନୀ ପ୍ରକ୍ରିୟାରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରି ତାଙ୍କ ମତ ସାବ୍ୟସ୍ତ କରି, ଜାତିର ସ୍ୱଚ୍ଛ ସମ୍ବିଧାନ ପାଇଁ ଓ ସ୍ୱାଧିନ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ସ୍ୱାଗତ କରି, ଜାତିର ଜନମତକୁ ସମ୍ମାନ ଦେଇ ଉଭୟ ମହିଳା ଓ ପୁରୁଷଙ୍କ ମିଳିତ ଜାତି ଆଧାରିତ ଡୁମାଲ ସମାଜର ଗ୍ରାମ୍ୟ ପ୍ରତିନିଧି ଗଠନ କରାଗଲା । କର୍ଲାପିଟା ଗ୍ରାମର ନବ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ବିରେନ୍ଦ୍ର ପଧାନ, ନେହେରୁ ମହାକୁର, ତେଜ ପଧାନ, ଘାସି କ୍ଷେତି, ତୀର୍ଥ କର୍ମୀ, ବିଜୟ ପଧାନ, ରାମଚନ୍ଦ୍ର ପଧାନ, ଟିକେଚନ କ୍ଷେତି, ଜୟଦେବ କର୍ମୀ, କାଶୀ କ୍ଷେତି, ଗୋପିନାଥ ଖମାରୀ, ଲକ୍ଷ୍ମଣ ପଧାନ, କନ୍ଦର୍ପ କ୍ଷେତି, ମାମି କର୍ମୀ, ଭାର୍ଗବୀ ଖମାରୀ, ରମ୍ଭା ପଧାନ, ବୃନ୍ଦାବତୀ ଗଡୁଆ, ପବିତ୍ର ପଧାନ, ଦିଲିପ କ୍ଷେତି, ନିନୀ କ୍ଷେତି ଏବଂ ବିମ୍ବାଧର କର୍ମୀ । ବରପିଟା ଗ୍ରାମର ନବ ନିର୍ବାଚିତ ପ୍ରତିନଧି ମଣ୍ଡଳୀ ଶେଷଦେବ କର୍ମୀ, ଭୁବନେ ପଧାନ, ବିରଂଚି କର୍ମୀ, ଅନିରୁଦ୍ଧ ପଧାନ, ଶ୍ରଦ୍ଧାକର କର୍ମୀ, ଶମ୍ଭୁ କର୍ମୀ, ରୋହିତ କର୍ମୀ, ମାର୍କଣ୍ଡ କର୍ମୀ, ଶିବ କର୍ମୀ, ଦୁଃଖନାଶନ କର୍ମୀ, ଆକାଶ କର୍ମୀ, ସବିତା ପଧାନ, ରିଙ୍କି କର୍ମୀ, ପୁଷ୍ପକାନ୍ତୀ କର୍ମୀ, ଗୁଲାପି କର୍ମୀ । କେରମେଲି ଗ୍ରାମର ନିର୍ବାଚିତ ପ୍ରତିନିଧି ମଣ୍ଡଳୀ ଟିକେଶ୍ୱର କର୍ମୀ, ଗଙ୍ଗାଧର କର୍ମୀ, ଟଙ୍କଧର ପାତ୍ର, ଗୋପବନ୍ଧୁ କର୍ମୀ, ମନମୋହନ କର୍ମୀ, ପୁରୁଷୋତ୍ତମ କର୍ମୀ, ବୃନ୍ଦାବତୀ ପଧାନ, ସନ୍ତୋଷିନୀ କର୍ମୀ, ଜ୍ୟୋସ୍ନା ପଧାନ, ତପସ୍ୱିନୀ କର୍ମୀ, ଗୀତା ପଧାନ, ଡମ୍ବରୁଧର କର୍ମୀ, ଢେକଲ ପଧାନ, ରମେଶ କର୍ମୀ, ବୀଣା ପଧାନ, ପରମେଶ୍ୱର ପଧାନ, ସନ୍ୟାସୀ ପଧାନ, କୁଲ କର୍ମୀ, ଅଭି ପଧାନ, ମହେଶ୍ୱର କର୍ମୀ, ଅଜିତ କର୍ମୀ, ସୁନା ପଧାନ, ଅଜିତ କର୍ମୀ, ରତ୍ନାକର କର୍ମୀ, ଫଗୁନୁ କର୍ମୀ, ସିଦ୍ଧେଶ୍ୱର କର୍ମୀ, ଇନ୍ଦ୍ର ପଧାନ, ଅର୍ଜୁନ ପଧାନ, ବିଦ୍ୟାଧର ପଧାନ, ଦୟାନିଧି ପଧାନ, ବଳରାମ ପଧାନ, ବେଣୁଧର ଗଡୁଆ, ବିନତୀ ଗଡୁଆ । ଏହି ପ୍ରତିନିଧିମାନଙ୍କର ଦାୟିତ୍ୱ ତାଙ୍କ ଗ୍ରାମ ମଧ୍ୟରେ ଥିବା ଜାତିଗତ ବିଷୟରେ ନିଜ ନିଜ ଗ୍ରାମ ମଧ୍ୟରେ ଆଲୋଚନା କରି ଶେଷ ନିଷ୍ପତ୍ତି ନେବାର କ୍ଷମତା ଚିରାଚରିତ ରାଜକୀୟ ପରମ୍ପରାରେ ଗଳି ଆସୁଥିବା ଏକ ବ୍ୟକ୍ତି ସବୁ ପଦ, ସବୁ କ୍ଷମତା ବ୍ୟବସ୍ଥାକୁ ଅସ୍ୱିକାର କରାଯାଇ ଏକ ବ୍ୟକ୍ତି ଏକ ପଦବୀ ଆଧାରରେ ସାମାଜିକ ଜାତି ଭାଇଙ୍କ ମଧ୍ୟରୁ ବହୁ ଜାତିଭାଇ ପ୍ରତିନିଧିଙ୍କର ପ୍ରତିନିଧିତ୍ୱରେ ଜାତି ଆଧାରିତ ସମାଜକୁ ସବୁ କ୍ଷେତ୍ରରେ ବିକାଶର ପଥ ଆଗେଇ ନେବାର ସଂକଳ୍ପ ନେଇ ବୃହତ ପ୍ରତିନିଧି ମଣ୍ଡଳୀ ଗଠନ କରାଗଲା । ଆଗାମୀ ଦିନରେ ଏକ ବୃହତ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇ ଏକ ବ୍ୟକ୍ତି ଏକ ପଦକୁ ସମ୍ମାନ ଦେଇ ସମସ୍ତଙ୍କୁ ସାମାଜିକ କାର୍ଯ୍ୟରେ ପ୍ରତିନିଧିତ୍ୱ କରି ସମାଜର ଶ୍ରେଷ୍ଠ ସହଯୋଗୀ ହେବାର ସୁଯୋଗ ସୃଷ୍ଟି କରାଯିବ ।

Leave A Reply

Your email address will not be published.

1 + 15 =