pakka

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା : ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଜୋରିମାନା ଆଦାୟ କଲା ପୋଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସନ୍ଧ୍ୟାରେ ଜିଲ୍ଲା ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଦେଓଗାଁ ରାସ୍ତା ଓ ବେହେରାପାଲି ଛକଠାରେ ମଦ ପିଇ ଗାଡି ଚଳାଉଥିବା ୫ଜଣଙ୍କର ପରୀକ୍ଷାରେ ଧରାପଡିଥିବା ଜଣାପଡିଛି । ସେମାନଙ୍କଠାରୁ ଫାଇନ ସହିତ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଥିବା ଜଣାପଡିଛି । ଏହି ଟିମ୍‌ରେ ଆର.କେ. ମାଝୀ, ଜୁନିୟର ଏମ୍‌ଭିଆଇ, ମୁକେଶ ମିଶ୍ର, ଟି ଆଇ, ସିଥିଲିୟା ହରୁପ, ସୁନୀଲ ନାୟକ, ପଦ୍ମ, ମାନୁ ପ୍ରମୁଖ ଗାଡି ଚାଳକଙ୍କର ଟେଷ୍ଟିଙ୍ଗ କରିଥିଲେ ।

Leave A Reply

Your email address will not be published.

eighteen + ten =