pakka

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ମଣ୍ତି ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଅଞ୍ଚଳର ଝିଟିକି, ଛନ୍ଦେଇକେଲା, ବରତୁଣ୍ତା, ମାଣ୍ଡୋସିଲ, ପାଇକମାଲ, ମାଣ୍ତିଆଢିପା ବିଭିନ୍ନ ମଣ୍ତି ପରିଦର୍ଶନ କରିବା ପରେ ମଣ୍ତିମାନଙ୍କରୁ ତୁରନ୍ତ ଧାନ ଉଠାଇବା ପାଇଁ ବରଗଡ ଜିଲ୍ଲାପାଳ ଓ ଚିଫ ସିଏସ୍‌ଓଙ୍କୁ ଟେଲିଫୋନ ଯୋଗେ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ଚାଷୀ ଟୋକନ ପାଇବା ପରେ ମଣ୍ତିରେ ଧାନ ବିକ୍ରି ପାଇଁ ଗଚ୍ଛିତ ରଖିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଧାନ ସୁରକ୍ଷିତ ରଖିବା ପାଇଁ ମଣ୍ତି ମାନଙ୍କରେ ବ୍ୟବସ୍ଥା ନଥିବାରୁ ଧାନ କିଛି ମାତ୍ରାରେ କ୍ଷତି ହୋଇଛି । ଏହାର ସୁଯୋଗ ନେଇ ମିଲର୍ସମାନେ ମଣ୍ତିମାନଙ୍କୁ ଧାନ ଉଠାଇବା ପାଇଁ ଟ୍ରକ ପଠାଉ ନାହାନ୍ତି ଯେଉଁ ମଣ୍ତିର ଚାଷୀ ୧୦ କେଜି କଟନି ଛଟନି ପାଇଁ ରାଜି ହେଉଛି କେବଳ ସେହି ମଣ୍ତିମାନଙ୍କରୁ ମିଲର୍ସମାନେ ଧାନ ଉଠାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏପରିକି ଧାନ କିଣା ବିକାର ଆର୍‌ଏମ୍‌ସି ୨% କମିଶନ ପାଉଥିବା ବେଳେ ଓ କୋଟି କୋଟି ଟଙ୍କା ଗଛିତ ରଖିବା ବେଳେ ମଣ୍ତିରେ ଚାଷୀଙ୍କ ଧାନ ଭିଜୁ ଥିବା ବେଳେ ଆର୍‌ଏମ୍‌ସି ତାର ପଲିଥିନର ମଧ୍ୟ ବ୍ୟବସ୍ଥା କରି ନଥିବାର ଅଭିଯୋଗ ହୋଇଛି । ନଭେମ୍ବର ୧ ତାରିଖରୁ ମଣ୍ତି ଖୋଲିବା ବ୍ୟବସ୍ଥା ଥିବା ବେଳେ ଅଧିକାଂଶ ମଣ୍ତି ୧ ମାସ ବିଳମ୍ବରେ ଖୋଲିଥିବାରୁ ବହୁ ପରିମାଣରେ ଚାଷୀଙ୍କ ଧାନ ମଣ୍ତି ମାନଙ୍କରେ ଗଛିତ ଅଛି । ବର୍ଷା ହେବାର ସମ୍ଭାବନା ଆଗରୁ ଜଣା ପଡିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ମଣ୍ତିରୁ ଧାନ ଉଠାଇବା ପାଇଁ କୌଣସି ତତ୍ପରତା ପ୍ରକାଶ ନ କରିବାରୁ ବର୍ଷାରେ ଚାଷୀଙ୍କୁ ଏଭଳି କ୍ଷତି ସହିବାକୁ ପଡିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ମିଲର୍ସମାନଙ୍କ ସାମ୍ନାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଅସହାୟ ହୋଇ ପଡିଥିବା ଲକ୍ଷ୍ୟ କରାଯାଉଛି ବୋଲି ଶ୍ରୀ ପୁରୋହିତ କହିବା ସହ ତୁରନ୍ତ ମଣ୍ତିରୁ ଧାନ ନ ଉଠିଲେ କୃଷକ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.

11 + twelve =