pakka

ବରଗଡ଼ ସାଂସଦଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଇଂରାଜୀ ନବବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ ବାନପ୍ରସ୍ଥ ଅନ୍ତେବାସୀମାନଙ୍କୁ ମଧ୍ୟାନ୍ନ ଅନ୍ନଭୋଜନର ଆପ୍ୟାୟିତ କରାଯିବା ସହ ଏକ ଟେଲିଭିଜନ ପ୍ରଦାନ କରିଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ, ବରଗଡ ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଓ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କର ସଭ୍ୟ ଅବନୀ କୁମାର ପଣ୍ଡା ଏବଂ ସଦସ୍ୟ ବୃନ୍ଦ ଯୋଗଦେଇ ମାତୃଛାୟା ଓ ବାନପ୍ରସ୍ଥର ସମସ୍ତ କଥା ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କୁ ପଚାରି ବୁଝିଥିଲେ ଓ ଅନ୍ତେବାସୀମାନଙ୍କ କୋଠରୀ ବୁଲି ଦେଖି ଅନ୍ତେବାସୀଙ୍କ ସହ କଥାବାର୍ତା ହୋଇଥିଲେ । ଏ ସମ୍ପର୍କରେ ଆଶ୍ରମର ନିଜସ୍ୱ ଘର ନଥିବା, ଜମି, ମାତୃଛାୟାକୁ ଦଶ ବର୍ଷ ହେବ ଅନୁଦାନ ମିଳିନଥିବା ଓ ବାନପ୍ରସ୍ଥକୁ ସମ୍ପୂର୍ଣ୍ଣ ଭାବେ ଅନୁଦାନ ମିଳୁନଥିବା ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀ ସାଂସଦଙ୍କୁ ଅବଗତ କରାଇଥିଲେ । ଆଶ୍ରମର ମୁଖ୍ୟ ସେବିକା ଲବଙ୍ଗ ସାହୁ ଓ ସେବିକା ସନ୍ଧ୍ୟା ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + 15 =