pakka

ମଦ ପିଇବାକୁ ଟଙ୍କା ମାଗିବାରୁ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ

bbehera

ଭଞ୍ଜନଗର : ସାମାନ୍ୟ ଟଙ୍କା ପାଇଁ ଧାରୁଆ ଅସ୍ତ୍ରରେ ସ୍ୱାମୀକୁ ହାଣିଲେ ସ୍ତ୍ରୀ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତ ସ୍ୱାମୀ ହେଲେ ଛାମୁଣ୍ଡା ଗାଁ ବାରିସାହିର କପିଳା ବେହେରା । ସୂଚନା ଅନୁସାରେ, ସ୍ୱାମୀ ସ୍ତ୍ରୀ ଦୁହେଁ ବାହାର ରାଜ୍ୟରେ ରହି ଚା ବଗିଚାରେ କାମ କରୁଥିଲେ । ରବିବାର ଦୁହେଁ ନିଜ ଘରକୁ ଫେରିଥିଲେ । ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀର ମୁଣ୍ଡକୁ ଆକ୍ରମଣ କରିଥିଲା ସ୍ତ୍ରୀ । ଫଳରେ ଘଟଣା ସ୍ଥଳରେ ହିଁ ସ୍ୱାମୀର ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।

jay balangir
Leave A Reply

Your email address will not be published.

eighteen + fifteen =

error: Content is protected !!