om academy

୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ

jsm

ପାରାଦୀପ : ୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ । ଗୁରୁବାର ପାରାଦୀପର ବାଲିପ୍ଲଟ୍‌ ମାଛ ବଜାରରେ ଗୋଟିଏ ମାଛକୁ ୨୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଯାହା ଏକ ନୂଆ ରେକର୍ଡ ବୋଲି କୁହାଯାଉଛି । ଏହି ମାଛର ଓଜନ ୩୭ କିଲୋଗ୍ରାମ୍‌ । ଏହାର ନାଁ ତେଲିଆ ବୋରେଇ । ଏହା ଏକ ବିରଳ ମାଛ । ଏହାର ଅନ୍ତବୁଜୁଳା ବହୁ ଦାମୀ ଔଷଧ ନିର୍ମାଣ କ୍ଷେତ୍ରରେ ବ୍ୟବହାର ହୋଇଥାଏ ।

ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ରରେ ୪ଟି ତେଲିଆ ବୋରେଇ ମାଛ ଜାଲରେ ପଡ଼ିଥିଲେ । ଆଉ ମାଛ ନଧରି ସିଧା ବାଲିପ୍ଲଟ୍‌କୁ ଫେରିଆସିଥିଲେ ସେ । ମାଛ ଚିହ୍ନିବାରେ କୌଣସି ଭୁଲ କରି ନଥିବା ସେହି ମତ୍ସ୍ୟଜୀବୀ ଜଣକ ଯେତେବେଳେ ୪ଟି ତେଲିଆ ବୋରେଇ ଆଣି ପହଞ୍ଚିଥିଲେ ବର୍ଷକର ରୋଜଗାର ଗୋଟିଏ ଦିନରେ ମିଳିଗଲା ବୋଲି ମାଛ ମାର୍କେଟ୍‌ରେ ଚର୍ଚ୍ଚା ହୋଇଥିଲା । ଏକ ଗୋଦାମରେ ମାଛ ଗୁଡ଼ିକୁ ରଖାଯାଇ ନିଲାମ ଡକାଗଲା । ଅଣ୍ଡିରା ମାଛର ଓଜନ ୩୭ କିଲୋରୁ ଅଧିକ ଥିଲା । ତେଣୁ ଏହାର ଦର ଆକାଶଛୁଆଁ ବୋଲି ମତ୍ସ୍ୟଜୀବୀମାନେ କହିଥିଲେ । ତେବେ କିଲୋ ପ୍ରତି ୨୮ ହଜାର ଟଙ୍କାରେ ନିଲାମ ଆରମ୍ଭ ହୋଇ କିଲୋ ପିଛା ୬୦ ହଜାର ୧୦୦ ଟଙ୍କା ପର୍ଯ୍ୟନ୍ତ ନିଲାମ ଡକାଯାଇଥିଲା ।

ଜଣେ ବ୍ୟବସାୟୀ ସେହି ଦରରେ ହିଁ ୨୩ ଲକ୍ଷ ଟଙ୍କା ଦେଇ ଏହି ୩୭ କିଲୋରୁ ଅଧିକ ଓଜନ ବିଶିଷ୍ଟ ଅଣ୍ଡିରା ତେଲିଆ ବୋରେଇ ମାଛଟିକୁ କିଣି ଥିଲେ । ସେହିପରି ମାଈ ମାଛ ଗୁଡ଼ିକ କିଲୋ ପ୍ରତି ୭ ହଜାରରୁ ୯ ହଜାର ମଧ୍ୟରେ ନିଲାମ ଡକାଯାଇଥିଲା । ଏହି ମାଛକୁ ବେଙ୍ଗାଲୁରୁର ଏକ ଔଷଧ ନିର୍ମାଣକାରୀ ସଂସ୍ଥାକୁ ପଠାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.