pakka

ସଂରକ୍ଷଣ ଦାବୀରେ ଆଦିବାସୀ ମହାସଂଘର ବନ୍ଦ ଡ଼ାକରା, ମ.ରାମପୁରରେ ସଫଳ

bbehera

ମ.ରାମପୁର (ହେମନ୍ତ ସାହୁ) : ଆଦିବାସୀ ମହାସଂଘର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ଦାବିରେ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ମ.ରାମପୁରରେ ସଫଳ ଦେଖାଯାଇଛି । ସଂଘ ତରଫରୁ ମ.ରାମପୁର ଚାରିଛକଠାରେ ୫୯ନମ୍ବର ଜାତୀୟ ରାଜପଥ, ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ଏବଂ ମ.ରାମପୁର ଭବାନୀପାଟଣା ରାସ୍ତାରେ ଏହି ବନ୍ଦ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ମ.ରାମପୁରେ ଦୋକାନ ବଜାର ବନ୍ଦ ରହିଥିଲା । ଆଜିର ଏହି ବନ୍ଦକୁ ସଂଘ ତରଫରୁ ବାରୁ ମାଝି, ପଦ୍ମନ ପାତ୍ର, ରାଜୁ ମାଝୀ, ରାଜକିଶୋର ମାଝୀ, ବିପ୍ର ମାଝୀ, ଲୋଚନ ଧରୁଆ, ଲବିର ଭୋଇ, ଧୋବା ପନ୍ଦର, ଶ୍ୟାମ ମାଝୀ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଯୁବନେତା ବିଭୂତିଭୂଷଣ ମହାଖୁଡ଼, ବିଶ୍ୱଜିତ ଚାଟାର୍ଜୀ, ସତ୍ୟଜିତ ଚାଟାର୍ଜୀ, ଚମରା ବଗର୍ତ୍ତୀ, ପ୍ରଭାକର ନାଗ ପ୍ରମୁଖ ସହଯୋଗ କରିଥିଲେ । ଠିକସେହିପରି ଏହି ବ୍ଲକର ମୋହନଗିରୀ ଗ୍ରାମପଂଚାୟତରେ ମଧ୍ୟ ସିଲି ମାଝୀଙ୍କ ନେତୃତ୍ୱରେ ଦୋକାନବଜାର ସହିତ ରାସ୍ତାଘାଟ ବନ୍ଦ କରାଯାଇଥିଲା । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ।

Leave A Reply

Your email address will not be published.

2 × one =