pakka

ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲେବ୍‌ ଉଦ୍‌ଘାଟନ କଲେ ନରସିଂହ : ନିଜ ପୁରୁଣା ନିର୍ବାଚନ ମଣ୍ଡଳୀରେ ନରସିଂହଙ୍କ ଭବ୍ୟ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପୁରାତନ ନିର୍ବାଚନ ମଣ୍ଡଳୀ ଲୋଇସିଂହାର ରେଙ୍ଗାଲି ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କମ୍ପ୍ୟୁଟର ଲେବ୍‌କୁ ଉଦ୍‌ଘାଟନ କରିଛନ୍ତି । ରେଙ୍ଗାଲି ବିଦ୍ୟାଳୟ ଯାହାକି ୩୦ରୁ ୩୫ ବର୍ଷ ତଳେ ସେଠାକାର କିଛି ବୁଦ୍ଧିଜୀବୀ ଏକ ଗାଈ ଗୁହାଳରେ ଆରମ୍ଭ କରିଥିଲେ । ଦିନ ବେଳା ପିଲାମାନେ ପାଠ ପଢୁଥିବା ବେଳେ ସନ୍ଧ୍ୟାରେ ସେଠାରେ ଗାଈମାନେ ରହୁଥିଲେ । ସେପରି ଏକ ବିଦ୍ୟାଳୟକୁ ଲୋକଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ ବର୍ତ୍ତମାନର ବଲାଙ୍ଗିର ବିଧାୟକ ତତ୍‌କାଳିନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍କୁଲ ପାଇଁ ସରକାରୀ ସ୍ୱୀକୃତି ଆଣିବା ସହ ୧୯୯୪ ମସିହାରେ ଏହି ସ୍କୁଲକୁ ଗୁହାଳରୁ କୋଠାରେ ପରିବର୍ତ୍ତନ କରିବା ପାଇଁ ଭିତ୍ତି ପ୍ରସ୍ତର ଦେଇଥିଲେ । ସେଥିପାଇଁ ସେତେବେଳର ଲୋକେ ଆଜି ପର୍ଯ୍ୟନ୍ତ ଲୋକେ ଶ୍ରୀ ମିଶ୍ରକୁ ଭୁଲି ପାରିନାହାନ୍ତି । ବିଧାୟକ ଶ୍ରୀ ମିଶ୍ର ଗାଁକୁ ପହଂଚିଲା ବେଳେ ସେଠାକାର ଆବାଳ ବୃଦ୍ଧ ବନିତା ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । କମ୍ୟୁଟର ଲେବ୍‌ ଉଦ୍‌ଘାଟନୀ ପରବର୍ତ୍ତି ସଭାରେ ନିଜ ବକ୍ତବ୍ୟରେ ସେ କହିଥିଲେ ଆମେ ଶିକ୍ଷା ଓ ଏ ଅଂଚଳର ବିକାଶ ପାଇଁ ରାଜନୀତି ଚିନ୍ତାଧାରାରୁ ଉଦ୍ଧ୍ୱର୍ରେ ରହିବାକୁ ହେବ ଏବଂ ଛାତ୍ରମାନେ ଶୃଙ୍ଖଳିତ ହେବା ସହ ସେମାନଙ୍କ ଶିକ୍ଷା ପ୍ରତି ଅଭିଭାବକ ଓ ଶିକ୍ଷକମାନେ ଯତ୍ନବାନ ହେବା ଦରକାର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଉଦୟ ସିଂ ଠାକୁର ଏହି ବିଦ୍ୟାଳୟକୁ ଆଗାମୀ ଦିନରେ ମହାବିଦ୍ୟାଳୟର କରିବା ଉପରେ ଯୁକ୍ତି ଉପସ୍ଥାପନ କରିବା ସହ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଏହାର ସଫଳତା ପାଇଁ ଅନୁରୋଧ ଏବଂ ଦାବୀ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବନବାସୀ ଛତ୍ରିଆଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ଡ. ଜଗନ୍ନାଥ ସାହୁ ମଂଚ ପରିଚାଳନା କରିଥିଲେ । ଦିନମିତ୍ର ବାଗ ବିବରଣୀ ପାଠ କରିଥିଲେ ଏବଂ ସୀତାରାମ ଭୋଇ ସମ୍ମାନପତ୍ର ପାଠ କରିବା ସହ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିବତ୍ସ ପଟେଲ, ପଟେଲ ପାତ୍ର, କୁଶଧ୍ୱଜ ଗଡତ୍ୟା, କପିଳେଶ୍ୱର ଦଣ୍ଡସେନା, ଘନଶ୍ୟାମ ବାଗ, ପ୍ରେମରାଜ ରାଜପୁତ, ସରପଂଚ ଘାସିରାମ ରାଜପୁତ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

18 − 10 =