jayashree

ବଲାଙ୍ଗିର ହସ୍ପିଟାଲରେ ଲୁଟ ମାମଲା : ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଫକ୍ରିଆ ମୁଣ୍ଡା ନିବାସୀ ବାବୁଲାଲ ବାରିକଙ୍କ ପତ୍ନୀ ରିପୋର୍ଟକାରୀଣୀ ମମତା ବାରିକ ବଲାଙ୍ଗିର ହସ୍ପିଟାଲକୁ ଆସିଥିବା ବେଳେ ତାଙ୍କ ୧୩ ବର୍ଷିୟ ପୁଅକୁ ଜଣେ ଅଜଣା ବ୍ୟକ୍ତି ସାଙ୍ଗରେ ନେଇ ପିଟାମରା କରି ଗୋଟିଏ ରେଡମି ମୋବାଇଲ ଫୋନ ଓ ୨୦୦୦/- ଟଙ୍କା ଲୁଟ୍ କରି ଅସହାୟ ଅବସ୍ଥାରେ ସୋନପୁର ରାସ୍ତାରେ ଜୀବନରେ ମାରିଦେବାକୁ ଧମକ ଦେଇ ଛାଡି ପଲାଇଗଲା । ଏହି ମାମଲାର ତଦନ୍ତ କରି ବଲାଙ୍ଗିର ସଦେଇପାଲି ଖଡିଆପଡାର ଅଭିଯୁକ୍ତ ବିମଲ ବାଗକୁ ଗିରଫ କରିବା ସହ ଲୁଟ୍ ମୋବାଇଲ ଫୋନ ଓ ୨୦୦/- ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ବିମଲ ବାଗକୁ ଅଦାଲତରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା କାରାଗାରକୁ ପଠାଯାଇଛି । ଏହା ସହ ପିଡ଼ିତ ଶିଶୁର ବୟାନ ଅଦାଲତରେ ଦଫା ୧୮୩ ବିଏନ ଏସ ଏସ ରେକର୍ଡ କରାଯାଇଛି । ଏହି ମାମଲାରେ ବଲାଙ୍ଗିର ଟାଉନ ଥାନା ଆଇଆଇସି ଅବନୀ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.