ନରସିଂହଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର : ଲୋୟର ସୁକତେଲ ପ୍ରକଳ୍ପ କାମ ଚାଲୁ ରହିବ, ନିର୍ଦ୍ଧାରିତ ସମୟରେ ସରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭା ଗୃହରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରଶ୍ନ ପ·ରିଥିଲେ । ପ୍ରଶ୍ନଥିଲା ଲୋୟର ସୁକତେଲ ପ୍ରକଳ୍ପ ସେଣ୍ଟ୍ରାଲ ୱାଟର କମିଶନକୁ ରେଫର କରାଯାଇଥିଲା କି, ଯଦି କରାଯାଇଥିଲା ତାର କାରଣ କଣ ଏବଂ ସେଣ୍ଟ୍ରାଲ ୱାଟର କମିଶନ ଯାହା ସବୁ ତଥ୍ୟ ମାଗିଥିଲେ, ତାହା ପୁଣିଥରେ ପ୍ରଦାନ କରାଗଲାଣି କି ? ସେଣ୍ଟ୍ରାଲ ୱାଟର କମିଶନର କ୍ଲିୟରେନ୍ସ ନ ଆସିବା ପର୍ୟ୍ୟନ୍ତ ଯେଉଁ କାମ ଆରମ୍ଭ ହୋଇଛି ତାହା ·ଲିବ ନା ନାହିଁ ?

ବିଧାୟକଙ୍କ ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର । ପୂର୍ବରୁ ସୂଚନା ଅଧିକାର ମାଧ୍ୟମରେ ପ୍ରକଳ୍ପକୁ ନେଇ ଲୋକଙ୍କ ମନରେ ଆସିଥିବା ପ୍ରଶ୍ନବାଚୀର ଏହା ନିଶ୍ଚୟ ସମାଧାନ କରିବ । କ୍ଲିୟରେନ୍ସ ଆସୁ କି ନ ଆସୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଯେ, ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଛି ଚାଲୁ ରହିବ । ୨୦୧୬ ମସିହାରେ ଦାଖଲ ହୋଇଥିବା ଅଟକଳ ପରିମାଣକୁ ସିଡବ୍ଲୁସି ୨୦୧୯ରେ ଫେରାଇଛନ୍ତି । ଏବେ ସରକାରଙ୍କ ଯୋଜନା ଅନୁସାରେ ଅଣ୍ଡରଗ୍ରାଉଣ୍ଡ ପାଇପ ଲାଇନ ମାଧ୍ୟମରେ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯିବ । ଏଥି ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାଶ ଗୃହରେ ଉତ୍ତର ରଖିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯାହାର କାମ କି ଅନେକ ଦିନରୁ ବନ୍ଦ ଥିଲା, ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ବାରମ୍ବାର ଅନୁରୋଧ ତଥା ଚାପ ସୃଷ୍ଟି କରିବା ଯୋଗୁଁ ମାସେ ତଳେ କାମ ଆରମ୍ଭ ହୋଇଛି । ତାହା ଆଗକୁ କୌଣସି ପ୍ରକାର ଦ୍ୱନ୍ଦ ନ ରହି ନିର୍ଦ୍ଦିଷ୍ଟ ସମୟରେ ପ୍ରକଳ୍ପ କାମ ସମ୍ପୁର୍ଣ୍ଣ କରିବା ପର୍ୟ୍ୟନ୍ତ ଚାଲୁ ରହିବ । ଏହି ଖବର ନିଶ୍ଚୟ ବଲାଙ୍ଗିର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ।

Leave A Reply

Your email address will not be published.