pakka

ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ସମୟରେ ଗ୍ରାମାଂଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଏକ ବିରାଟ ଆହ୍ୱାନ ହୋଇ ଠିଆ ହୁଏ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ଥାନାର ବିଭିନ୍ନ ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ଏସ୍‌ଡ଼ିପିଓ ତୋଫାନ୍‌ ବାଗ, ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ପୋଲିସ ଅଧିକାରୀ ଓ କର୍ମଚାରୀ ୬ ପ୍ଲାଟୁନ୍‌ ପୋଲିସ ବାହିନୀଙ୍କ ସହ ଭରସୁଜା, ବୁଦୁଲା, ଆଗଲପୁର, ଡ଼ୁଡ଼ୁକା, ସାଲେଭଟା ଓ ଲୋଇସିଂହାରେ ଫ୍ଲାଗ୍‌ ମାର୍ଚ୍ଚ ପ୍ରଦର୍ଶନ କରାଯାଇଛି ।

jay balangir
Leave A Reply

Your email address will not be published.

twenty − eleven =