pakka

ପୁଣି ପର୍ଲିମାଲ୍‌ରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚାଇଲ୍ଡ ଲାଇନ୍‌ ପକ୍ଷରୁ ରୀତିମତ ବାଲ୍ୟ ବିବାହ ବନ୍ଦ କରାଯାଉଥିବା ଭଳି ଅନେକ ଖବର ଆସୁଥିବା ବେଳେ ଆଜି ପୁଣି ଏକ ବାଲ୍ୟ ବିବାହ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ । ନିକଟସ୍ଥ ପର୍ଲିମାଲ୍ ଗ୍ରାମରେ ଜଣେ ନାବାଳିକାଙ୍କୁ ମୁରିବାହାଲର ଗଦ୍‌ଗଦାବାହାଲରେ ବାହା କରାଯାଉଥିବା ଖବର ପାଇ ବଲାଙ୍ଗିର ଚାଇଲ୍ଡ ଲାଇନ୍‌ ନାବାଳିକା କନ୍ୟାଙ୍କ ପରିବାର ପାଖକୁ ପହଂଚି ଏହି ବାହାଘରକୁ ବଂଦ କରିବାରେ ସକ୍ଷମ ହୋଇଛି । ଏଥିରେ ସିଡପିଓ ମୃଣ୍ମୟୀ ଭୋଇ,ଚାଇଲ୍ଡ ଲାଇନ ଟିମ୍‌ ଲିଡର ତ୍ରିଲୋଚନ ନାଗ, ଗୌଡ ସମାଜ ସମ୍ପାଦକ ହରିବୋଲ ନାଗ, ଅଙ୍ଗନୱାଡି କର୍ମୀ ବିଳାସିନୀ ମେହେରଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eleven + 14 =