ଲୁଟେରା ଲୁଟ କରୁଥିବାର ଲାଇଭ ଚିତ୍ର ସିସିଟିଭି କ୍ୟାମେରାରେ କଏଦ

କେନ୍ଦ୍ରାପଡ଼ା, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରା‌ଙ୍କ ଲୁଟ୍‌ କାରବାର । ସିସିଟିଭିରେ କ୍ୟାମେରାରେ ଲୁଟେରା ଲୁଟ କରୁଥିବାର ‌ସ୍ପ‌ଷ୍ଟ ଚିତ୍ର କଏଦ ହୋଇଛି । କେନ୍ଦ୍ରାପଡ଼ା ଟାଉନ ଥାନା ନିକଟସ୍ଥ ବନିଆମାଲଠାରେ ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଆଣି ଅନ୍ୟ ମନସ୍କରେ ରାସ୍ତା କଡ଼ରେ ବାଇକ ରଖି କୌଣସି ଏକ କାମରେ ଯାଇଥିବା ବେଳେ ଜଣେ ଲୁଟେରା ଟଙ୍କା ବ୍ୟାଗ୍ ନେଇ ଫେରାର୍‌ ମାରିଛି ଘଟଣା ‌ସ୍ଥଳରୁ । ତେବେ ଲୁଟେରାର ଲୁଟ କରୁଥିବାର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅପରାଧୀ ଏପର୍ୟ୍ୟନ୍ତ ଧରା ପଡ଼ି ନାହିିଁ ବୋଲି ଜଣା ପଡିନାହିିଁ ।

jittmm
Leave A Reply

Your email address will not be published.